କ୍ୟାରିଅର

ରେଲୱେରେ ୨ ଲକ୍ଷ ୩୦ ହଜାର ସରକାରୀ ପଦବୀ ଖାଲି ହେବ: ରେଳମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର,୯/୨: ଖୁବଶୀଘ୍ର ରେଲୱେରେ ୨ ଲକ୍ଷ ୩୦ ହଜାର ସରକାରୀ ପଦବୀ ଖାଲି ହେବ ବୋଲି ରେଳମନ୍ତ୍ରୀ ପିୟୁଷ ଗୋୟଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,୨୦୧୯-୨୦ ପାଇଁ ରେଲୱେ ପାଖାପାଖି ଅଢେଇ ଲକ୍ଷ ପଦବୀ ପାଇଁ ଚାକିରୀ ମିଳିବ। ଏନେଇ ଖୁବ ଶୀଘ୍ର ମଧ୍ୟ ନୋଟିଫିକେସନ ଜାରି କରିବ ରେଳ ବିଭାଗ। ଏହି ପଦବୀ ୨ଟି ଷ୍ଟେଜରେ ପୂରଣ ହେବ ବୋଲି ସୂଚନା ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆର୍ଥିକ ସ୍ୱଚ୍ଛଳ ନଥିବା ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ଏବେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ଜଣାପଡିଛି। ପାଖାପାଖି ୨୩ ହଜାର ପଦବୀ ଆର୍ଥିକ ଭାବେ ଦୁର୍ବଳ ଥିବା ସାଧାରଣ ବର୍ଗଙ୍କ ପାଇଁ ରହିବ। ପ୍ରଥମ ପର୍ଯ୍ୟାୟ ପଦବୀ ପୂରଣ ପ୍ରକ୍ରିୟା ଫେବୃଆରୀ-ମାର୍ଚ୍ଚ ମଧ୍ୟରେ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟା ୨୦୨୦ ମସିହା ମେ-ଜୁନ ମାସରେ ହେବ। ବର୍ତ୍ତମାନ ରେଲୱେରେ ଗ୍ରୁପ ସି ଏବଂ ଗ୍ରୁପ ଡି ର ପଦବୀ ପୂରଣ ପ୍ରକ୍ରିୟା ଚାଲିଛି ଏବଂ ରେଲୱେ ଗ୍ରୁପ ଡିର ୬୨ ହଜାର ୯୦୭ ପଦବୀ ପାଇଁ ନିଯୁକ୍ତି ସୂଚନା ଜାରି କରାଯାଇଛି।

Tags
Show More

Related Articles

Leave a Reply

Your email address will not be published. Required fields are marked *

Close
Close