ଆଞ୍ଚଲିକ

ସିଲ୍‌ ହେଲା ପୁରୀର ପଞ୍ଜାବୀ ମଠ

ଭୁବନେଶ୍ୱର,୨/୧୨: ପୁରୀରେ ପଞ୍ଜାବୀ ମଠକୁ ଜିଲ୍ଲା ପ୍ରଶାସନ ସିଲ୍‌ କରିଛି। ରବିବାର ଠାରୁ ମଠରୁ କିଛି ପରିମାଣର କୋରେକ୍ସ ଥିବା ବୋତଲ ଏବଂ ବିପୁଳ ପରିମାଣର ଖାଲି କୋରେକ୍ସ ବୋତଲ ମିଳିଥିବା ସୂଚନା ମିଳିଛି। ତେବେ ଏନେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଠକୁ ସିଲ୍ କରାଯାଇଛି। ଏଥିସହ ମଠର ଗୋଟିଏ ପ୍ରକୋଷ୍ଠକୁ କେତେକ ଅସାମାଜିକ ତତ୍ତ୍ୱ ବଳପୂର୍ବକ ଦଖଲ କରି ନିଶା ଔଷଧ କାରବାର କରିବା ସହ ନାନା ପ୍ରକାର ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା। ରବିବାର ରାତିରୁ ସେଠାରେ ଅପରାଧିକ କାର୍ଯ୍ୟକଳାପ ବିଷୟରେ ଯୋଜନା କରାଯାଉଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close