ମନୋରଞ୍ଜନ

ସେଲିବ୍ରେସନ ମୁଡରୁ ବାହାରି ନାହାଁନ୍ତି ପ୍ରିୟଙ୍କା

ମୁମ୍ବାଇ,୨୨/୭: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚେପ୍ରା ଜୁଲାଇ ୧୮ରେ ତାଙ୍କ ୩୭ ତମ ଜନ୍ମଦିନ ପାଳନ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ସେ ଏହି ସେଲିବ୍ରେସନ ମୁଡ୍ରେ ଯେମିତି ବାହାରି ପାରି ନ ଥିବା ନଜର ଆସିଛି । କାରଣ ଜନ୍ମଦିନ ପାଳନ ପରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଯେଭଳି ଫଟୋ ଅପଲୋଡ କରୁଥିଲେ ଏବେବି ସେମିତି ଫଟୋ ଅପଲୋଡ କରିଛନ୍ତି । ଅବଶ୍ୟ ଏବେ ସେ ମାୟାମିରେ ଏନଜୟ କରୁଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଖୁବ୍ ହଟ୍ ଲାଗୁଛନ୍ତି । ସୁଇମିଂ ଡ୍ରେସ ସହ ପିସିଙ୍କର ଏହି ଫଟୋକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି । ତେବେ ବିବାହ ପରେ ସେ ପ୍ରଥମ ଜନ୍ମଦିନ ପାଳନ କରିଥିବାରୁ ପରିବାରର ସମସ୍ତ ସଦସ୍ୟଙ୍କ ମିଶି ଏହାକୁ ଖୁବ୍ ଏନ୍ଜୟ କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close