ଆଞ୍ଚଲିକ

୨ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର,୬/୧୨: ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାମନାଥ କୋବିନ୍ଦ ଶନିବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପରେ ସେ ସିଧାସଳଖ ରାଜଭବନ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି।  ସେଠାରେ ରାତିରେ ବିଶ୍ରାମ ନେବେ। ପରେ ରାଷ୍ଟ୍ରପତି ୮ତାରିଖ ସକାଳେ ଖୋର୍ଦ୍ଧା ବରୁଣେଇ ପାଇକ ସ୍ମୃତିସ୍ଥଳକୁ ଯିବେ। ସେଠାରୁ ଫେରି ବାଣୀବିହାର ପ୍ଲାଟିନମ ଜୁବଲୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିସହ ସନ୍ଧ୍ୟାରେ ଭୁବନେଶ୍ୱରରୁ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ୱରେ ରହିବେ। 

Show More

Related Articles

Leave a Reply

Your email address will not be published. Required fields are marked *

Close
Close