ଦେଶ ବିଦେଶ

ଲାଲକିଲ୍ଲାରୁ ପରୋକ୍ଷରେ ପାକିସ୍ତାନକୁ ମୋଦୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୫/୮: ଭାରତର ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କିଛିଲୋକ କେବଳ ଭାରତ ନୁହେଁ, ଅନ୍ୟାନ୍ୟ ପଡ଼ୋଶୀ ଦେଶରେ ଆତଙ୍କବାଦକୁ ପ୍ରତ୍ସାହନ ଦେଇ ବରବାଦ କରିବାରେ ଲାଗିଛନ୍ତି। ବାଂଲାଦେଶ ଓ ଆଫ୍‌ଗାନିସ୍ତାନ ଆତଙ୍କବାଦୀ ଆକ୍ରମଣ ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ଶ୍ରୀଲଙ୍କା ଚର୍ଚ୍ଚରେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଉଛି। ହେଲେ ଏହା ସତ୍ତ୍ୱେ ଗୋଟିଏ ରାଷ୍ଟ୍ର ଆତଙ୍କବାଦୀଙ୍କୁ ସମର୍ଥନ କରି ଆସୁଛି। ଏହା ବନ୍ଦ ହେବା ଦରକାର। ଭାରତ ସର୍ବଦା ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସମସ୍ତ ଦେଶବାସୀଙ୍କୁ ସେ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି।ଏଥିସହ ଦେଶର ସୁରକ୍ଷା ପାଇଁ ମୁତୟନ ଯବାନମାନଙ୍କୁ ମୋଦୀ ପ୍ରଶଂସା କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close