ଆଞ୍ଚଲିକରାଜନିତୀ

ପାଟକୁରା କାଉଣ୍ଟିଂ: ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ, ବିଜୟ ପଛୁଆ

କେନ୍ଦ୍ରାପଡ଼ା,୨୪/୭: କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ କାଉଣ୍ଟିଂ ସେଣ୍ଟରରେ ଚାଲିଛି ପାଟକୁରା ଭୋଟ ଗଣତି। ତେବେ ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ପ୍ରଥମ ରାଉଣ୍ଡରେ ବିଜେଡିକୁ ୬,୮୩୫ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୩,୮୦୮ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି ୨ୟ ରାଉଣ୍ଡରେ ବିଜେଡିକୁ ୫,୭୩୯ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୫୨୪୦ ଖଣ୍ଡ ଭୋଟ୍ ମିଳିଛି। ୩ୟ ରାଉଣ୍ଡରେ ବିଜେଡି ୬୪୨୫ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜେପି ପାଇଛି ୪୨୬୭ ଖଣ୍ଡ ଭୋଟ୍। ବିଜେଡିକୁ ଚତୁର୍ଥ ରାଉଣ୍ଡରେ ୬୨୫୪ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପି ୪୯୮୦ ଭୋଟ୍ ହାତେଇଛି। ଷଷ୍ଠ ରାଉଣ୍ଡରେ ବିଜେଡିକୁ ୬,୦୧୨ ଓ ବିଜେପିକୁ ୪,୧୫୩ ଖଣ୍ଡ ମିଳିଛି। ତେବେ ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ମୋଟ୍ ୩୬,୫୫୧ ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପିକୁ ୨୬,୫୯୨ ଖଣ୍ଡ ଭୋଟ୍ ମିଳିଛି। କଂଗ୍ରେସ ଖାତାରେ ମାତ୍ର ୯୮୨ ଭୋଟ୍ ପଡ଼ିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close