ଦେଶ ବିଦେଶବାଣିଜ୍ୟ

କାଫେ କଫି ଡେ’ର ମାଲିକ ନିଖୋଜ, ଆତ୍ମହତ୍ୟା କରିଥିବା ସନ୍ଦେହ

ନୂଆଦିଲ୍ଲୀ,୩୦/୭: ଦେଶର ସର୍ବବୃହତ କଫି ଚେନ୍‌ କାଫେ କଫି ଡେ’ର ପ୍ରତିଷ୍ଠାତା ତଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସ୍‌ ଏମ୍‌ କ୍ରୀଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଠାବ କରିବା ପାଇଁ ପୋଲିସ ଜୋରଦାର ଉଦ୍ୟମ ଜାରି ରଖିଛି। ତେବେ ଉଲ୍ଲାଲଠାରେ ଥିବା ବ୍ରିଜ୍‌ ଉପରୁ ଡେଇଁ ସିଦ୍ଧାର୍ଥ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗତକାଲି ରାତି ୯ଟାବେଳେ ନେତ୍ରବତୀ ନଦୀ ଉପରେ ଥିବା ବ୍ରିଜ୍‌ ଉପରୁ ଜଣେ ବ୍ୟକ୍ତି ଡେଇଁ ଆତ୍ମହତ୍ୟା କରିଥିବା ଖବର ମେଙ୍ଗାଲୁରୁ ପୋଲିସ ସୂଚନା ପାଇଥିଲା। ତାଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ପୋଲିସ ଉଦ୍ୟମ କରୁଥିବାବେଳେ ସିଦ୍ଧାର୍ଥଙ୍କ ନିଖୋଜ ଖବର ସାମନାକୁ ଆସିଥିଲା। କାର୍‌ ଚାଳକଙ୍କ ବୟାନ ଭିତ୍ତିରେ ପାଣିକୁ ଡେଇଁଥିବା ବ୍ୟକ୍ତିଜଣକ ସିଦ୍ଧାର୍ଥ ବୋଲି ପୋଲିସ ସନ୍ଦେହ କରିଛି। ସିଦ୍ଧାର୍ଥ ଗତକାଲି ରାତି ୮ଟାରେ ବେଙ୍ଗାଲୁରୁସ୍ଥିତ ତାଙ୍କ ଘରକୁ ଆସିଥିଲେ ଓ ପରେ ଡ୍ରାଇଭରଙ୍କୁ ଉଲ୍ଲାଲ ବ୍ରିଜ୍‌କୁ ଯିବାକୁ କହିଥିଲେ। ସିଦ୍ଧାର୍ଥ କେଫ୍‌ କଫି ଡେ’ ପାଇଁ ୭ ହଜାର କୋଟି ଟଙ୍କା ଋଣ କରିଥିଲେ। ଋଣ ଟଙ୍କା ସୁଝି ନପାରି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close