ଅପରାଧଆଞ୍ଚଲିକ

୨ ଗାଁ’ ମଧ୍ୟରେ ଗୋଷ୍ଠୀସଂଘର୍ଷ: ଜଣେ ମୃତ

ନରସିଂହପୁର,୪/୮: କଟକ ଜିଲ୍ଲା ନରସିଂପୁର ଥାନା ଅନ୍ତର୍ଗତ ସାଗର ଓ ପାଞ୍ଚଗୋଛିଆ ଗାଁ’ ମଧ୍ୟରେ ଗୋଷ୍ଠୀସଂଘର୍ଷ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ସାଗର ଗାଁ’ର ଶ୍ରୀଧର ସାମଲ। ସୂଚନାଯୋଗ୍ୟ, ଗତ କିଛିବର୍ଷ ହେଲା ଚାମୁଣ୍ଡାପଲି ବନ୍ଧକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିଲା। କିଛିଦିନ ପୂର୍ବେ ଉଭୟ ଗ୍ରାମବାସୀ ଏହି ଘଟଣାକୁ ନେଇ ନରସିଂପୁରରେ ଆନ୍ଦୋଳନ କରିଥିଲେ। ତେବେ ସମସ୍ୟାର ସମାଧାନ ନହେବାରୁ ଆଜି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟିଛି। ଗୁରୁତରଙ୍କୁ  ନରସିଂପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୃତୟନ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close