ଆଞ୍ଚଲିକକ୍ୟାରିଅର

ମେ’ ୧୨ରେ ଓଜେଇଇ: ଏପ୍ରିଲ ୨୦ରୁ ମିଳିବ ଆଡମିଟ୍‌ କାର୍ଡ

ଭୁବନେଶ୍ୱର : ମେ’ ୧୨ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ବି.ଫାର୍ମା, ଏମ୍‌ ଟେକ୍‌, ଏମ୍‌ ଟେକ୍‌(ପାର୍ଟ ଟାଇମ୍‌), ଏମ୍‌ ଆର୍କ, ଏମ ଫାର୍ମା, ଏମ୍‌ ପ୍ଲାନ୍‌, ଏମ୍‌ସିଏ, ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି ଟେକ୍‌, ବି ଫାର୍ମା ଏବଂ ଏମ୍‌ସିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ଉକ୍ତ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟରେ ଥିବା ବିଶ୍ୱ ବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜରେ ଥିବା ଉକ୍ତ ପାଠ୍ୟକ୍ରମଗୁଡ଼ିକରେ ନାମଲେଖା ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ କରାଯିବ। ତେବେ ଆଗ୍ରହୀ ଛାତ୍ରଛାତ୍ରୀ ଜାନୁଆରୀ ୩୦ରୁ ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ‘www.ojee.nic.in/www.odishajee.com’ରେ ‌‌ଫର୍ମ ପୂରଣ କରିପାରିବେ। ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ଫି’ ଦାଖଲ କରିବେ ଏବଂ ଏପ୍ରିଲ ୨୦ ତାରିଖଠାରୁ ପରୀକ୍ଷାର୍ଥୀମାନେ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close