ଆଞ୍ଚଲିକରାଜନିତୀ

ଆରମ୍ଭ ହେଲା ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୫/୧: ଆରମ୍ଭ ହେଲା ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବା ସହିତ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ବିଭିନ୍ନ ରୂପରେଖ ନେଇ ନବୀନ ନିବାସରେ ଆଲୋଚନା ହୋଇଥିଲା। ଏଥିରେ ଜୀବନ ବିନ୍ଦୁ, ପଲିଥିନ ମୁକ୍ତ ସହର ଉପରେ ଗୁରୁତ୍ଵ ଦେବା ସହ ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଉପରେ ଗୁରୁତ୍ଵ ଦିଆଯିବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ସମେତ ସାଂସଦ ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ପିନାକୀ ମିଶ୍ର, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଲତିକା ପ୍ରଧାନ, ଅନନ୍ତ ନାରାୟଣ ଜେନା, ସଞ୍ଜିବ ମଲ୍ଲିକ, ମନୋହର ରନ୍ଧାରୀଙ୍କ ସମେତ ନଳିନୀକାନ୍ତ ପ୍ରଧାନ, ସୁଚିତ ଦାସ ଓ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close