ଅପରାଧଆଞ୍ଚଲିକ

ନିହାରିକା ହତ୍ୟା ଘଟଣା: ସୈତାନ ପ୍ରେମିକ ମାନିଲା ସତ

ଜଗତସିଂହପୁର,୨୧/୯: ପ୍ରେମିକରୁ ସାଜିଲା ହତ୍ୟାକାରୀ। ଜଗତସିଂହପୁରରେ ନର୍ସ ନିହାରିକା ପାତ୍ରଙ୍କ ହତ୍ୟା ଘଟଣାରେ ରାଜା ଗିରଫ ହେବା ପରେ ପୋଲିସ ଆଗରେ ଦୋଷ ମାନିଛି। କଟକରେ ହତ୍ୟା କରି ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀରେ ଫିଙ୍ଗିଥିଲା ମୃତଦେହ। ସେପ୍ଟେମ୍ବର ୮ରେ ନର୍ସିଂ ହୋମ୍‌ରୁ ନିହାରିକାଙ୍କୁ ନିଜ ବାଇକରେ ବସାଇ ଚାଉଳିଆଗଞ୍ଜ ନେଇଥିଲା ରାଜା। ଅପର୍ଣ୍ଣାନଗରରେ ଥିବା ସାଙ୍ଗର ଭଡ଼ା ଘରେ ହତ୍ୟା କରିଥିଲା ରାଜା। ପରେ ବସ୍ତାରେ ମୃତଦେହକୁ ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲା। ତେବେ ରାଜା ଏକା ହିଁ ନିହାରିକାଙ୍କୁ ହତ୍ୟା କରିଛି। ବିବାହକୁ ନେଇ ଦୁହିଁଙ୍କ ଭିତରେ ମନାନ୍ତର ଓ ମତାନ୍ତର ରହିଥିଲା। ଏଥିପାଇଁ ସେ ସବୁଦିନ ପାଇଁ ନିହାରିକାଙ୍କୁ ରାସ୍ତାରୁ ହଟାଇବାକୁ ତିଆରି କରିଥିଲା ଯୋଜନା। ଏଥିସହ ପୋଲିସ ସିସିଟିଭି ଫୁଟେଜ୍‌, ଫୋରେନସିକ୍‌ ପ୍ରମାଣ ଜବତ କରିଛି। ସେପଟେ ନିହାରିକାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି।

Tags
Show More

Related Articles

Leave a Reply

Your email address will not be published. Required fields are marked *

Close
Close