ଦେଶ ବିଦେଶ

ସାବରୀମାଳା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୧୪/୧୧: ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଚ ମନା କରିଦେଇଛନ୍ତି। ସାବରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ପାଇଁ ଦିଆଯାଇଥିବା ଅନୁମତି ବିରୋଧରେ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍ ଗୋଗୋଇଙ୍କ ନେତୃତ୍ବରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ୍ ଆରଏଫ୍  ନରିମନ, ଜଷ୍ଟିସ୍  ଏଏମ ଖାନ୍ ୱିଲକର, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍  ଇନ୍ଦୁ ମାଲହୋତ୍ରା ରହିଥିଲେ। ସୂଚନାଯୋଗ୍ୟ, କେରଳର ସାବରୀମାଳାରେ ଥିବା ଭଗବାନ ଆୟପ୍ପାଙ୍କ ମନ୍ଦିରକୁ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ଉପରେ ରୋକ୍ ଲାଗିଥିଲା। ମାତ୍ର ସୁପ୍ରିମକୋର୍ଟ ୨୦୧୮ ସେପ୍ଟେମ୍ବର ୨୮ରେ ଏହାକୁ ଉଚ୍ଛେଦ କରିଥିଲେ। ଏହାକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଥିଲା। ପରେ ଗତ ଫେବୃଆରୀରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲାବେଳେ ଆଜି ରାୟ ପ୍ରକାଶ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close