ଦେଶ ବିଦେଶବାଣିଜ୍ୟ

ଲଣ୍ଡନରେ ଗିରଫ ହେଲେ ନିରବ ମୋଦୀ

ଲଣ୍ଡନ,୨୦/୩: ୧୩ ହଜାର କୋଟି ଟଙ୍କା ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଲଣ୍ଡନରେ ପୁଲିସ ଗିରଫ କରିଛି। ସେଠାରେ ବୁଲୁଥିବାବେଳେ ବୁଧବାର ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମାର୍ଚ୍ଚ ୨୫ରେ ଲଣ୍ଡନର ଏକ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ନିରବ ମୋଦୀ ୧୩ ହଜାର କୋଟି ଟଙ୍କାର ଋଣ ନେଇ ପରିଶୋଧ କରିବା ପରିବର୍ତ୍ତେ ଲଣ୍ଡନ ଫେରାର ହୋଇଯାଇଥିଲେ। ତାଙ୍କ ବିରୋଧରେ ସିବିଆଇ ଓ ଇଡି ତଦନ୍ତ ଆରମ୍ଭ କରିଥିଲା। ସେ ଲଣ୍ଡନରେ ରହିଥିବା ଜଣାପଡ଼ିବା ପରେ ଇଡି ପକ୍ଷରୁ ବ୍ରିଟେନ୍‌ ସରକାରଙ୍କୁ ପ୍ରତ୍ୟର୍ପଣ ପାଇଁ ନିବେଦନ କରାଯାଇଥିଲା। ଲଣ୍ଡନର କୋର୍ଟ ଇଡିର ଅନୁରୋଧ ରକ୍ଷା କରି ନିରବଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ। ଏଥିସହ ଇଣ୍ଟରପୋଲ୍‌ ମଧ୍ୟ ତାଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close