ଦେଶ ବିଦେଶବାଣିଜ୍ୟ

ଆସୁଛି ନୂଆ ୨୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ,୨୭/୪: ୨୦୧୬ ନଭେମ୍ବର ୮ ତାରିଖରେ ନୋଟବନ୍ଦୀ ପରଠାରୁ ୨୦ ଟଙ୍କିଆ ନୋଟ ବଦଳିନଥିଲା। ତେବେ ମୋଦୀ ସରକାର ଏବେ ୨୦ ଟଙ୍କିଆ ନୋଟ ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ନୂଆ ୨୦ ଟଙ୍କିଆ ନୋଟର ଫିଚର୍ସ ଇଣ୍ଟରନେଟରେ ସାର୍ବଜନୀନ କରିଛି। ଖୁବ ଶୀଘ୍ର ନୂଆ ୨୦ ଟଙ୍କିଆ ନୋଟ ଜାରି ହେବ ବୋଲି ଆରବିଆଇ ଘୋଷଣା କରିଛି। ଏହି ୨୦ ଟଙ୍କିଆ ନୋଟରେ ଉର୍ଜିତ ପଟେଲଙ୍କ ବଦଳରେ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ। ତେବେ ପୁରୁଣା ୨୦ ଟଙ୍କିଆ ନୋଟ ମଧ୍ୟ ପୂର୍ବ ଭଳି ଚଳିବ ବୋଲି ଆରବିଆଇ କହିଛନ୍ତି। ନୂଆ ନୋଟର ଆକାର ୬୩ ଏମଏମରେ ୧୨୯ ଏମଏମ ରହିବ। ବାକି ସମସ୍ତ ଫିଚର୍ସ ପୂର୍ବ ଭଳି ରହିବ। ନୂଆ ୨୦ ଟଙ୍କିଆ ନୋଟର ରଙ୍ଗ ଟିକିଏ ହଳଦିଆ ଏବଂ ସବୁଜ ମିଶାମିଶି ରହିବ ବୋଲି ଜଣାପଡ଼ିଥିବାବେଳେ ନୋଟ ପଛପଟେ ଏଲୋରା ଗୁମ୍ଫାର ଚିତ୍ର ରହିବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close