ଆଞ୍ଚଲିକ

ଏଣିକି ଗାଁ’ରେ ଘର କରିବାକୁ ହେଲେ ନେବାକୁ ପଡ଼ିବ ସରକାରଙ୍କ ଅନୁମତି

ଭୁବନେଶ୍ୱର,୧୨/୧୧: ସହର ଭଳି ଏଣିକି ଗାଁ’ରେ ବି ଘର କଲେ ସରକାରଙ୍କ ଅନୁମତି ନେବାକୁ ପଡିବ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ସରକାରୀ ନିୟମ ଅନୁସାରେ ଜନସାଧାରଣ ଘର ନିର୍ମାଣ କରିବେ। ସଠିକ୍ ପ୍ଲାନିଂ ସହ ଘର ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗାଁ’ରେ ୨ ବା ଅଧିକ ମହଲା ଘର ନିର୍ମାଣ ପାଇଁ ପଞ୍ଚାୟତସମିତିର ଅନୁମତି ଆବଶ୍ୟକ। ତେବେ ପୂର୍ବରୁ ଗାଁ’ର ଲୋକମାନେ ନିଜ ଇଚ୍ଛାରେ ଘର ନିର୍ମାଣ କରୁଥିବାବେଳେ ଏବେ ଗ୍ରାମାଞ୍ଚଳରେ ମଧ୍ୟ ସହରାଞ୍ଚଳ ଭଳି ନିୟମ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close