ମନୋରଞ୍ଜନ

ଫିଲ୍ମ ଫ୍ରାଇଡେ ମୁକ୍ତିଲାଭ ହେଲା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଅଦୃଶ୍ୟମ୍’

ଭୁବନେଶ୍ୱର,୩୧/୧: ଫିଲ୍ମ ଫ୍ରାଇଡେ ମୁକ୍ତିଲାଭ ହୋଇଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଅଦୃଶ୍ୟମ୍’। ସମରେଶ ରାଉତରାୟଙ୍କ ଉପସ୍ଥାପିତ ସସପେନ୍ସ ଡ୍ରାମା ‘ଅଦୃଶ୍ୟମ୍’ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ମୁକ୍ତିଲାଭ କରିଛି। ଲାବଣ୍ୟ ପିକଚର୍ସ ବ୍ୟାନରରେ ନିର୍ମିତ ‘ଅଦୃଶ୍ୟମ୍’ରେ ମୁଖ୍ୟ ଭୂମିକାରେ ସାନୁ, ଅଙ୍କିତା, ସମରେଶ, ଚିତ୍ତ ତ୍ରିପାଠୀ ଓ ଲିପସା ମିଶ୍ର ପ୍ରମୁଖ ନଜର ଆସିଛନ୍ତି। ତେବେ ରାଜେନ୍ଦ୍ର ମହନ୍ତ ଫିଲ୍ମର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱରୂପ। ସେହିପରି ସମରେଶ ରାଉତରାୟ, ସମ୍ବିତ ଆଚାର୍ଯ୍ୟ ଏବଂ ଦୁର୍ଗା ଶଙ୍କର ଦାଶ ଫିଲ୍ମର ପ୍ରଯୋଜନା କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close