ରୋଷେଇ

ଘରେ ପ୍ରସ୍ତୁତ କରନ୍ତୁ ମଟନ ଚିଲି

ଆବଶ୍ୟକୀୟ ସାମଗ୍ରୀ: ବୋନଲେସ ମଟନ, ଟମାଟୋ, ପିଆଜ, ନାଲିଲଙ୍କା, ଧନିଆ, ରସୁଣ, ଅଦା, କଟା ଧନିଆ ପତ୍ର, ଭୂର୍ସଙ୍ଗ ପତ୍ର, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଲଙ୍କା, ଧନିଆ, ରସୁଣ ଓ ଅଦାକୁ ଗ୍ରାଇଣ୍ଡି କରନ୍ତୁ। ପରେ ଗ୍ୟାସରେ ପ୍ରେସର କୁକରରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଭୂର୍ସଙ୍ଗ ପତ୍ର ଓ କଟା ପିଆଜ ପକାଇ ଲାଲ ହେବା ଯାଏ ଭାଜନ୍ତୁ। ଏହା ଲାଲ ହୋଇଗଲେ ସେଥିରେ ଗ୍ରାଇଣ୍ଡି ହୋଇଥିବା ମସଲାକୁ ପକାଇ କଷନ୍ତୁ। ମସଲା କଷି ହୋଇଗଲା ପରେ ସେଥିରେ ମଟନ ସହ କଟା ଟମାଟୋ, ଲୁଣ ଓ ପାଣି ଦେଇ ଭଲ ଭାବେ ଗୋଲାଇ ଦିଅନ୍ତୁ। ଏବେ ପ୍ରେସର କୁକରରେ ଦେଇ ୧୦ ମିନିଟ ପର୍ଯ୍ୟନ୍ତ ସିଝିବାକୁ ଛାଡି ଦିଅନ୍ତୁ। ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମଟନ ଚିଲି। ଏହାକୁ ଆପଣ ଭାତ କିମ୍ବା ରୁଟି ସହ ଲଗାଇ ଖାଇପାରିବେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close