ଅପରାଧଆଞ୍ଚଲିକ

ପରକୀୟା ପ୍ରୀତିରୁ ସ୍ତ୍ରୀ ଓ ଦୁଇଶିଶୁଙ୍କୁ ମାରିଥିଲା ବାପା, ଅଭିଯୁକ୍ତ ଗିରଫ

ଦୁଇଶିଶୁଙ୍କ ସହ ମା’ର ମୃତଦେହ ମିଳିବା ଘଟଣା

କଳାହାଣ୍ଡି,୧୦/୯: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥାନା ସିଂଗଝରଣ ଗାଁରେ ଦୁଇ ଶିଶୁଙ୍କ ସହ ମା’ଙ୍କ ମୃତଦେହ ମିଳିବା ଘଟଣା ମଙ୍ଗଳବାର ଭିନ୍ନ ମୋଡ଼ ଆସିଛି। ସ୍ତ୍ରୀ’କୁ ହତ୍ୟା କରିବା ପରେ ଦୁଇ ଶିଶୁଙ୍କୁ ଅଭିଯୁକ୍ତ ବାପା ହତ୍ୟା କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରିଛି। ପରକୀୟା ପ୍ରୀତି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏ ନେଇ ଏକ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ସିଂଗଝରଣ ଗାଁ’ରେ ଘରଭିତରୁ ଦୁଇଶିଶୁଙ୍କ ଗଳାକଟା ମୃତଦେହ ଓ ନିକଟସ୍ଥ ରେଳ ଲାଇନରୁ ମା’ର ମୃତଦେହ ଉଦ୍ଧାର କରିଥିଲା କରାଯାଇଥିଲା। ଦୁଇଶିଶୁଙ୍କ ଗଳା କାଟି ହତ୍ୟା କରିବା ପରେ ମା’ ଆତ୍ମହତ୍ୟା କରିଥିବା କୁହାଯାଉଥିଲା। ତେବେ ମୃତ ମା’ ବିମଳା ମାଝୀ ଓ ୨ ଶିଶୁ ୪ବର୍ଷର ରବୀନ୍ଦ୍ର ମାଝୀ ଓ ୬ବର୍ଷର ଦୁଷ୍ମନ୍ତ ମାଝୀଙ୍କୁ ଅଭିଯୁକ୍ତ ଲିଙ୍ଗା ମାଝୀ ହିଁ ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close