ଦେଶ ବିଦେଶ

ଭାସୁଛି ଅଧା ଭାରତ: ମହାରାଷ୍ଟ୍ରରେ ୨୪୫, କେରଳରେ ୧୫୫, ଓଡ଼ିଶାରେ ୧୦ ମୃତ

ମୁମ୍ବାଇ,୧୮/୮: ଭୟଙ୍କର ବନ୍ୟାରେ ଭାସୁଛି ଅଧା ଭାରତ। ବନ୍ୟାରେ ଅଦ୍ୟାବଧି ୧,୦୫୮ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବନ୍ୟା ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ୨୪୫ଜଣ, କେରଳରେ ୧୫୫, ପଶ୍ଚିମବଙ୍ଗରେ ୧୫୪, ବିହାରରେ ୧୩୦, ଗୁଜରାଟରେ ୧୦୭, ଆସାମରେ ୯୪, କର୍ଣ୍ଣାଟକରେ ୯୪, ମଧ୍ୟପ୍ରଦେଶରେ ୬୯ ଏବଂ ଓଡିଶାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଗୃହବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର ରହିଛି। ବନ୍ୟାରେ ଦାଉରୁ ରକ୍ଷା କରିବାକୁ ୧୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୯ରାଜ୍ୟର ୧୫୨ ଜିଲ୍ଲାରେ ୭,୮୦୦ରିଲିଫ କ୍ୟାମ୍ପ ଖୋଲିଛି। ଉଦ୍ଧାର କାର୍ଯ୍ୟରେ ୧୦୧ଟି ଏନଡିଆରଏଫ ଟିମ୍ ସହ ସ୍ଥଳସେନା, ଭାରତୀୟ ବାୟୁସେନା ଏବଂ ନୌସେନାର ୫୭ଟି ଦଳ ଉଦ୍ଧାରକାର୍ଯ୍ୟରେ ମୁତୟନ ହୋଇଛନ୍ତି। ବନ୍ୟାବିପନ୍ନଙ୍କୁ ଉଦ୍ଧାର ପାଇଁ ୬ଟି ହେଲିକପ୍ଟର ନିୟୋଜିତ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close