ଦେଶ ବିଦେଶରାଜନିତୀ

‘ମହା’ ନାଟକ: ଛିଣ୍ଡୁନି ଉପମୁଖ୍ୟମନ୍ତ୍ରୀ ଅଙ୍କ

ମୁମ୍ୱାଇ,୧/୧୨: ମହାରାଷ୍ଟ୍ରରେ ସରକାର ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରସ୍ତୁତ ହୋଇଥିବାବେଳେ ଏବେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଦ୍ବନ୍ଦ୍ବ ଉପୁଜିଥିବା ଆଲୋଚନା ହେଉଛି। ଏହାକୁ ନେଇ ଘରେ ନପଶୁଣୁ ଚାଳରେ ମହା ବିକାଶ ଅଘାଡି ସରକାରର ମୁଣ୍ଡ ବାଜିଥିବା ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ମେଣ୍ଟରେ ସାମିଲ ଥିବା କଂଗ୍ରେସ ବାଚସ୍ପତି ପଦବୀକୁ ନେଇ ରାଜି ହୋଇଥିଲେ ହେଁ ଉପମୁଖ୍ୟମନ୍ତ୍ରୀ ପଦବୀ ନେବାକୁ ମଧ୍ୟ ଅଡ଼ି ବସିଛି। ଏ ନେଇ ମେଣ୍ଟର ଦାୟିତ୍ୱ ନେଇଥିବା ଏନସିପି ଆଜି ସ୍ପଷ୍ଟ କରିଛି। ୨୨ ଡିସେମ୍ୱର ପରେ ଉପମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ଏନସିପି କହିଛି। ଅପରପକ୍ଷରେ ଏନସିପି ନେତା ପ୍ରଫୁଲ ପଟେଲ କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ପଦବୀ ଏନସିପି ପାଖରେ ରହିଛି। ବିଧାନସଭା ଶେଷ ହେବା ପରେ ଏହି ପଦବୀ ଦଳ ପୂରଣ କରିବ ବୋଲି ସେ ପ୍ରକାଶ କରିଛନ୍ତି। ସେପଟେ ଦେବେନ୍ଦ୍ର ଫଡନବିସଙ୍କ ସହ ମିଶି ଏନସିପିର ଅଜିତ ପାଓ୍ୱାର ସରକାର ଗଢ଼ିଥିଲେ। ଅଜିତ ନିଜେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ଅଜିତ ହିଁ ଏନସିପିରୁ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ ମଧ୍ୟ ଉପମୁଖ୍ୟମନ୍ତ୍ରୀ ରେସରେ ଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ଏନସିପି ପ୍ରମୁଖ ଶରଦ ପାଓ୍ୱାର ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close