ମନୋରଞ୍ଜନ

ପରପାରିରେ ମହମ୍ମଦ ଅଜିଜ୍

ମୁମ୍ବାଇ: ଗୋଟିଏ ପଟେ ହକି ଫିବରରେ ଡୁବି ରହିଛନ୍ତି ଦେଶବାସୀ । ହେଲେ ଅନ୍ୟପଟେ ସମସ୍ତଙ୍କୁ କନ୍ଦାଇ ଦେଇ ପରପାରିକୁ ଚାଲି ଯାଇଛନ୍ତି ବଲିଉଡର ଭେଟେରାନ୍ କଣ୍ଠଶୀଳ୍ପି ମହମ୍ମଦ ଅଜିଜ୍ । ମାତ୍ର ୬୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

ସେ ୧୯୫୪ ମସିହା ଜୁଲାଇ ୨ରେ ପଶ୍ଚିମବଙ୍ଗର ଅଶୋକ ନଗରରେ ଜନ୍ମ ଗ୍ରହଣ କରିଥିଲେ। ସେ ହିନ୍ଦୁସ୍ତାନ କ୍ଲାସିକାଲ, ପପ୍‌, ଜ୍ୟାଜ୍ ଆଦି ସବୁ ଶ୍ରେଣୀର ଗୀତ ଗାଇ ଖ୍ୟାତି ଅର୍ଜନ କରିଥିଲେ। ସେ ୧୯୮୨ରୁ ୨୦୧୮ ପର୍ଯ୍ୟନ୍ତ ନିଜକୁ ଜଣେ ପ୍ଳେବ୍ୟାକ୍‌ ସିଙ୍ଗର ଭାବେ ଗଢ଼ି ତୋଳିବା ସହ ଲକ୍ଷ ଲକ୍ଷ ସୁପରହିଟ୍‌ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ। କେବଳ ବଲିଉଡ୍‌ ନୁହେଁ ଓଡ଼ିଆ ଓ ବେଙ୍ଗଲୀ ଭାଷାରେ ସେ ଏକାଧିକ ଆଲବମ, ଭଜନ ଓ ଫିଲ୍ମ ପାଇଁ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଥିଲେ। ଓଡ଼ିଆରେ ସେ ଗାଇଥିବା ଫିଲ୍ମ ଗୀତ ‘ରୂପା ଶଗଡିରେ ସୁନା କନିଆ’ ଓଡ଼ିଶାରେ ବିପୁଳ ଲୋକପ୍ରିୟତା ପାଇଥିଲା।

ଅଜିଜ ପ୍ରଥମେ ବେଙ୍ଗଲ ଫିଲ୍ମରେ କଣ୍ଠଶିଳ୍ପୀ ଭାବେ ଡେବ୍ୟୁ କରିଥିଲେ। ୧୯୮୪ରେ ସେ ମୁମ୍ବାଇ ଆସି ଜଣେ ପ୍ରଯୋଜକଙ୍କ ସହାୟତାରେ ବଲିଉଡ୍‌ ଫିଲ୍ମ ‘ଅମ୍ବର’ରେ ଗୀତ ଗାଇଥିଲେ। ‘ମର୍ଦ୍ଦ’ ଫିଲ୍ମରେ ସେ ଗାଇଥିବା ମର୍ଦ୍ଦ ଟାଙ୍ଗେୱାଲା ଗୀତ ଗାଇ ପ୍ରସିଦ୍ଧି ଲାଭ କରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଗାଇ ଚାଲିଥିଲେ। ଅଜିଜ୍‌ ବଲିଉଡର ପ୍ରାୟ ସମସ୍ତ ଖ୍ୟାତି ସମ୍ପନ୍ନ ସଂଗୀତ ନିର୍ଦ୍ଦେଶକଙ୍କ ସହ କାର୍ଯ୍ୟ କରିଛନ୍ତି। ସେ ଓଡ଼ିଶାରେ ଭଜନରୁ କାମ ଆରମ୍ଭ କରିଥିଲେ। କିନ୍ତୁ ଏହାପରେ ଆଲବମ୍‌ ଓ ଫିଲ୍ମ ଗୀତ ପାଇଁ ପ୍ରତିଟି ଓଡ଼ିଆ ଦର୍ଶକଙ୍କ ଦୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ପରଲୋକରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close