ଆଞ୍ଚଲିକ

ମୋ’ ସ୍କୁଲ ମୋବାଇଲ ଆପ୍‌ ଉନ୍ମୋଚିତ

ଭୁବନେଶ୍ୱର,୧୪/୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମୋ’ ସ୍କୁଲ ମୋବାଇଲ ଆପ୍‌କୁ ଉନ୍ମୋଚନ କରିଛନ୍ତି। ଲୋକସେବା ଭବନରେ ବରିଷ୍ଠ ଅଧିକାରୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ଆପ୍‌ ଉନ୍ମୋଚିତ ହୋଇଛି। ମୋ’ ସ୍କୁଲର କାର୍ଯ୍ୟକ୍ରମର ୨ ବର୍ଷ ପୁର୍ତ୍ତି ଅବସରରେ ଏହି ଆପ୍‌କୁ ଉନ୍ମୋଚନ କରାଯାଇଥିବା କୁହାଯାଉଛି। ଏହାଦ୍ୱାରା ଅଧିକ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ, ଅନୁଷ୍ଠାନ, ସଂସ୍ଥା ବିଦ୍ୟାଳୟ ସହ ଯୋଡିହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲାପାଳଙ୍କ ସହ କଥା ହୋଇ ମୋ’ ସ୍କୁଲ ଯୋଜନାର ସମୀକ୍ଷା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ, ମୋ’ ସ୍କୁଲ ଅଧ୍ୟକ୍ଷ, ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ଏବଂ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close