ବିଜ୍ଞାନବେଶେଷ

କ୍ୟାନସର ପାଇଁ ମେଡିସିନ୍

କୁହାଯାଏ-କ୍ୟାନ୍ସର-ନୋ ଆନ୍ସର। ହେଲେ ଆଜିକାଲି ଚିକିତ୍ସା ବିଜ୍ଞାନ ବେଶ୍ ଉନ୍ନତି କଲାଣି। କେତେକ କ୍ଷେତ୍ରରେ କ୍ୟାନ୍ସରର ଅବସ୍ଥା ଅନୁସାରେ ଜଣେ ବ୍ୟକ୍ତି ଏଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରୁଛି। ଏହାର ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବନ ପାଇଁ ଚେଷ୍ଟା ଜାରି ରହିଛି। ଏ କ୍ଷେତ୍ରରେ ଆମେରିକାସ୍ଥିତ ମିଚିଗାନ୍ ବିଶ୍ୱବିଦ୍ୟାଳୟର କ୍ୟାନ୍ସର ବିଜ୍ଞାନୀମାନେ ଏଭଳି ଏକ ମେଡିସିନ ପ୍ରସ୍ତୁତ କରିଛନ୍ତି ଯାହା କ୍ୟାନ୍ସରରୁ ଉପଶମ ଦେଇପାରିବ ବୋଲି ପ୍ରକାଶ କରିଛନ୍ତି ଉକ୍ତ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. କୁରିଏନ ଲିଭି। ‘ଆଇବିଇଟି’ ନାମକ ଉକ୍ତ ମେଡିସିନ୍କୁ ନେଇ ସେମାନେ ଗବେଷଣା ଜାରି ରଖିଛନ୍ତି। ‘ପରୀକ୍ଷାମୂଳକ ଭାବରେ ଏଭଳି ମେଡିସିନ୍ରୁ ସଫଳତା ମିଳିବା ପରେ ତାହାକୁ ଆହୁରି ଶକ୍ତି ସମ୍ପନ୍ନ କରିବାକୁ ଚେଷ୍ଟା କରାଯାଉଛି। ଏଭଳି ମେଡିସିନ୍ ବଜାରରେ ଉପଲବ୍ଧ ହେବାକୁ ଆଉ କିଛି ମାସ ସମୟ ଲାଗିବ ବୋଲି କହିଛନ୍ତି ସେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close