ଆଞ୍ଚଲିକ
ସ୍ତ୍ରୀଙ୍କ ସହ ଝଗଡା ହେବାରୁ ନଦୀକୁ ଡେଇଁ ପଡିଲେ ଯୁବକ

ଭୁବନେଶ୍ୱର,୯/୧୦: ସ୍ତ୍ରୀ ସହ ଝଗଡ଼ା ହେବାରୁ ନଦୀକୁ ଡେଇଁ ପଡିଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡ଼ି ନଦୀରେ। ତେବେ ନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ସୂଚନା ଅନୁସାରେ, ନିଆଳି ଥାନା କରଞ୍ଜ ଗାଁର ପ୍ରଧାନ ଦେବବ୍ରତ ମହାପାତ୍ର, ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ଧରି ଏକ ବାଇକରେ ଯାଜପୁରରୁ ଘରକୁ ଫେରୁଥିଲେ। ତେବେ ସ୍ତ୍ରୀଙ୍କ ସହ ଝଗଡା ହେବାରୁ ଦେବବ୍ରତ କାଠଯୋଡ଼ି ବ୍ରିଜ୍ ଉପରେ ବାଇକ ରଖି ନଦୀକୁ ଡେଇଁ ପଡ଼ିଥିଲେ। ସେପଟେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି।