ସାହିତ୍ୟ

ମାଆ

ହୃଦୟ ମନ୍ଦିର ସଜାଇ ରଖିଛି
ମାଆଗୋ ତମରି ପାଇଁ
କେବେ ମାଆ ଆସିବ ମନ୍ଦିରକୁ ମୋର
ଅଛି ତବ ପାଦ ଚାହିଁ …।

ସଜାଇ ରଖିଛି ଅତି ଯତନରେ
ମନ କୁସୁମର ହାର
ପ୍ରାଣର ଦୀପଟି ଜଳାଇ ରଖିଛି
ଅର୍ଘ୍ୟଥାଳି ମୋ ଶରୀର
ପ୍ରୀତିର କୁଙ୍କୁମେ ବେଶ କରିଦେବି
ତୁମେ ଥିବା ମୋ ମନ୍ଦିର
ଯାହା ଆଉ ଅଛି ସବୁ ଦେଇଦେବି
ସମର୍ପି ତୁମ ପାଖରେ
ଶେଷରେ ବିଦାୟ ଦେ ତୁ ମାଆ
ଯାଉଅଛି ମୁହିଁ ଚାଲି
ମୋର ଚଲାପଥ ନକର କଣ୍ଟକିତ
ଏତିକି ଗୁହାରି ଖାଲି …।

-ଡ. ସ୍ନେହଳଟା ମିଶ୍ର
ଲକ୍ଷ୍ମୀ ବିହାର, ଭୁବନେଶ୍ୱର

Show More

Related Articles

Leave a Reply

Your email address will not be published. Required fields are marked *

Close
Close