ଆଞ୍ଚଲିକ

ଅବପାତର ରୂପ ନେଲା ଲଘୁଚାପ: ବାତ୍ୟା ହେବ କି ନାହିଁ ତାହା ଆସନ୍ତାକାଲି ସ୍ପଷ୍ଟ ହେବ

ଭୁବନେଶ୍ୱର, ୫/୧୧: ୱେଲ ମାର୍କ ଲୋ ପ୍ରେସର ଏବେ ଲଘୁଚାପରେ ପରିଣତ ହୋଇଛି। ପାରାଦୀପଠାରୁ ଏହା ଏବେ ୯୫୦ କିଲୋମିଟର ଦୂରରେ ରହିଛି। ପରେ ପଶ୍ଚିମ ଉତ୍ତର ଓ ଉତ୍ତର ପଶ୍ଚିମ ଦେଇ ଗତି କରିବ ବୋଲି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଏଥିସହ ଏହା ୧୨ଘଣ୍ଟାରେ ଗଭୀର ଅବପାତର ରୂପ ନେବ। ସେହିପରି ୨୪ଘଣ୍ଟା ଭିତରେ ବାତ୍ୟାର ରୂପ ନେଇପାରେ ବୋଲି ଆଇଏମଡ଼ି ଡିଜି ସୂଚନା ଦେଇଛନ୍ତି। ସେପଟେ ଓଡ଼ିଶା କିମ୍ବା ପଶ୍ଚିମବଙ୍ଗରେ ମାଡ଼ ହେବ ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ କେଉଁଠି ଏବଂ କେତେବେଳେ ଗତି କରିବ ଏହା ବୁଧବାର ଜଣାପଡ଼ିବ। ସେହିପରି ଉପକୂଳ ଓଡ଼ିଶାରେ ୯,୧୦,୧୧ ତାରିଖ ତିନି ଦିନି ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close