ଆଞ୍ଚଲିକଦେଶ ବିଦେଶ

ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଲାଇନଚ୍ୟୁତ

କଟକ,୧୬/୧: ଘନ କୁହୁଡ଼ି ଯୋଗୁଁ ଲାଇନଚ୍ୟୁତ ହୋଇଛି ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍। ଏକ ମାଲଗାଡ଼ି ସହ ଧକ୍କାହେବା ପରେ ଗୁରୁବାର ସକାଳ ପ୍ରାୟ ୬ଟା ୩୦ ମିନିଟ ସମୟରେ କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଏହା ଲାଇନଚ୍ୟୁତ ହୋଇଛି। ଏଥିରେ ମୋଟ ୭ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ୪ଟି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାବେଳେ ୧୦ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କଟକସ୍ଥିତ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକ, ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନଥିବା ରେଳ ବିଭାଗ ସୂଚନା ଦେଇଛି। ତେବେ ବିଭାଗ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। କଟକ-୦୬୭୧୧୦୭୨, ଖୋର୍ଦ୍ଧାରୋଡ-୦୬୭୪୧୦୭୨, ପୁରୀ-୦୬୭୫୨୧୦୭୨ ଏବଂ ଭୁବନେଶ୍ୱର ହେଡକ୍ୱାଟର ପାଇଁ ୧୮୦୦୩୪୫୭୪୦୧, ୧୮୦୦୩୪୫୭୪୦୨ ନମ୍ବର ଜାରି ହୋଇଛି। ଦୁର୍ଘଟଣା ପରେ ଆହତ ଯାତ୍ରୀଙ୍କ ଉଦ୍ଧାର ପାଇଁ ସହାୟତା କରିଥିବାରୁ ରେଳ ବିଭାଗ ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଅନ୍ୟପକ୍ଷରେ ଏଥିଯୋଗୁଁ କଟକ ରେଳଷ୍ଟେସନ୍ ଦେଇ ଯିବାକୁ ଥିବା ୫ଟି ଟ୍ରେନର ଗତିପଥ ବଦଳା ଯାଇଛି। ଏହି ଟ୍ରେନଗୁଡ଼ିକ ନରାଜ ଦେଇ ଯାତ୍ରା କରିବ। ତାଳଚେର-ପୁରୀ ମେମୁ ଟ୍ରେନ୍, ଦୁର୍ଗ-ପୁରୀ ଏକ୍ସପ୍ରେସ୍, ପୁରୀ-ରାଉରକେଲା, ଧାନବାଦ୍- ଭୁବନେଶ୍ୱର ରାଜାରାଣୀ ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଏକ୍ସପ୍ରେସର ଗତିପଥ ବଦଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close