ବାସ୍ତୁ

ଘରେ ରଖନ୍ତୁ ଲାଫିଙ୍ଗ ବୁଦ୍ଧ

ଏକ ବଡ ପେଟ ଥିବା ଜଣେ ହସକୁରା ବୁଢାକୁ ଲାଫିଙ୍ଗ୍‌ ବୁଦ୍ଧ କୁହାଯାଏ । ବଜାରରେ ବସିଥିବା ଲାଫିଙ୍ଗ୍‌ ବୁଦ୍ଧ, ଦୁଇ ହାତ ଉପରକୁ କରିଥିବା ଲାଫିଙ୍ଗ୍‌ ବୁଦ୍ଧ ଆଦି ମୂର୍ତ୍ତି ବିକ୍ରି ହୋଇଥାଏ। ତେବେ ଏହାକୁ ଘରେ ରଖିଲେ ସୁଖ ସମୃଦ୍ଧି ବୃଦ୍ଧି ପାଏ ବୋଲି ଫେଙ୍ଗ୍‌ଶୁଇରେ ଉଲ୍ଲେଖ ଅଛି। ଘରେ ଅର୍ଥାଭାବ ଲାଗି ରହୁଥିଲେ ହାତରେ ଧନ ପୁଟୁଳି ଧରିଥିବା ଲାଫିଙ୍ଗ ବୁଦ୍ଧ ରଖିଲେ ଧୀରେ ଧୀରେ ଅବସ୍ଥାରେ ପରିବର୍ତ୍ତନ ଘଟେ। କଠୋର ପରିଶ୍ରମ ସତ୍ତ୍ୱେ ଫଳ ପ୍ରାପ୍ତିରୁ ବଞ୍ଚିିତ ହେଲେ କିମ୍ବା ବ୍ୟବସାୟରେ ଭଲ ଲାଭ ନ ହେଲେ ହାତରେ କମଣ୍ଡଳ ଧରିଥିବା ଲାଫିଙ୍ଗ ବୁଦ୍ଧ ଘରେ ରଖିଲେ ମିଳିଥାଏ ସଫଳତା। ପାରିବାରିକ କିମ୍ବା ବୈବାହିକ ଜୀବନରେ ସମସ୍ୟା ଦେଖାଦେଲେ ମନ ଖୋଲି ହସୁଥିବା ଲାଫିଙ୍ଗ୍‌ ବୁଦ୍ଧକୁ ଘରର ମୁଖ୍ୟ ଦ୍ୱାରରେ ରଖିବା ଆବଶ୍ୟକ। ଫେଙ୍ଗଶୁଇ ଅନୁଯାୟୀ କେବେ ବି ଲାଫିଙ୍ଗ୍‌ ବୁଦ୍ଧକୁ  ଘର ଚଟାଣରେ ରଖିବା କଥାନୁହେିଁ । ଏହାକୁ ଅତି କମ୍‌ରେ  ୩୦ ଡିଗ୍ରୀ ଉଚ୍ଚତାରେ କୌଣସି ଏକ ବସ୍ତୁ ଉପରେ ରଖିବା ଆବଶ୍ୟକ । ଲାଫିଙ୍ଗ ବୁଦ୍ଧକୁ ସର୍ବଦା ଏପରି ସ୍ଥାନରେ ରଖନ୍ତୁ  ଯେଉଁଠି ସମସ୍ତଙ୍କ ଦୃଷ୍ଟି ପଡୁଥିବ । ଘରକୁ ପ୍ରବେଶ କରୁଥିବା ଯେତେ ଅଧିକ ଲୋକ ଏହାକୁ ଦେଖିବେ ସେତେ ଅଧିକ ସକାରାତ୍ମକ ପ୍ରଭାବ ପଡିଥାଏ ବୋଲି ଫେଙ୍ଗ୍‌ଶୁଇରେ ଉଲ୍ଲେଖ ରହିଛି। ପ୍ରତିଦିନ ସକାଳେ ନିଦରୁ ଉଠି ଏହା ଦର୍ଶନ କଲେ ଦିନ ବହୁତ ଭଲରେ କଟେ । ଲାଫିଙ୍ଗ ବୁଦ୍ଧ କିଣିବା ବେଳେ ଏହା କେଉଁଥିରେ ତିଆରି ଦୋକାନୀଠାରୁ ନିହାତି ବୁଝି ନେବା ଆବଶ୍ୟକ । ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ କିମ୍ବା କୌଣସି ଧାତୁରେ ତିଆରି ଲାଫିଙ୍ଗ  ବୁଦ୍ଧ କିଣନ୍ତୁ ନାହିଁ । ସେରାମିକ୍‌ରେ ପ୍ରସ୍ତୁତ ଲାଫିଙ୍ଗ୍‌ ବୁଦ୍ଧ ସବୁଠାରୁ ଅଧିକ ପ୍ରଭାବଶାଳୀ । 

Show More

Related Articles

Leave a Reply

Your email address will not be published. Required fields are marked *

Close
Close