ଆଞ୍ଚଲିକ

ମେଘନାଦ ପାଚେରି ନିକଟରୁ ଜବରଦଖଲ ଉଚ୍ଛେଦ ଜାରି

ପୁରୀ,୧୯/୮: ପୁରୀ ଶ୍ରୀମନ୍ଦିରର ମେଘନାଦ ପାଚେରିକୁ ଲାଗି କରାଯାଇଥିବା ଜବରଦଖଲକୁ ସୋମବାର ଉଚ୍ଛେଦ କରାଯାଉଛି। ମେଘନାଦ ପାଚେରିକୁ ଲାଗିକରି ଥିବା ସମସ୍ତ ସରକାରୀ ଓ ବେସରକାରୀ ଘର ଭଙ୍ଗାଯିବା ନେଇ ପ୍ରଶାସନିକସ୍ତରରେ ନିଷ୍ପତ୍ତି ନିଆଯାଇଥିଲା। ସୂଚନାକେନ୍ଦ୍ର, ସିଂହଦ୍ବାର ଫାଣ୍ଡି, ଜନସ୍ବାସ୍ଥ୍ୟ ବିଭାଗର ପମ୍ପ୍ ହାଉସ୍, ସେସୁ ଅଫିସ, ଏହିପରି ମେଘନାଦ ପାଚେରୀକୁ ଲାଗିକରିଥିବା ୭ଟି ସରକାରୀ କୋଠା ଓ କାର୍ଯ୍ୟାଳୟକୁ ଉଚ୍ଛେଦ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ସରକାରୀ କାର୍ଯ୍ୟାଳୟଗୁଡିକୁ ଭଙ୍ଗାଯିବ। ପରେ ଅନ୍ୟସବୁ ଘର ଭଙ୍ଗାଯିବ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିର ଫାଣ୍ଡି ସମେତ ସୂଚନାକେନ୍ଦ୍ର ପାଇଁ ସିଂହଦ୍ବାର ସମ୍ମୁଖରେ ଅସ୍ଥାୟୀ ବିକଳ୍ପ ବ୍ୟବସ୍ଥା କରାଯାଇଛି। ନିଷ୍ପତ୍ତି ହୋଇଥିବା ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଏବେ ଆରମ୍ଭ କରାଯାଇ ନଥିବାବେଳେ କେବଳ ପୂର୍ବ ନିଷ୍ପତ୍ତି ମୁତାବକ ମେଘନାଦ ପାଚେରିକୁ ଅବରୋଧ କରୁଥିବା କାର୍ଯ୍ୟାଳୟଗୁଡିକୁ ଭଙ୍ଗାଯିବ। ଉଚ୍ଛେଦ ପ୍ରକ୍ରିୟା ପାଇଁ ୮ ପ୍ଲାଟୁନ୍ ପୋଲିସ ମୁତୟନ ହେବା ସହ ମାଜିଷ୍ଟ୍ରେଟ ଉପସ୍ଥିତ ରହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close