ଆଞ୍ଚଲିକ

ଅଭାବନୀୟ: ଭଦ୍ରକ ରେଲୱେ ଷ୍ଟେସନରେ ପ୍ରସବ

୩ ଶିଶୁପୁତ୍ର ମୃତ: ମା' ସୁରକ୍ଷିତ

ଭଦ୍ରକ,୧୫/୧୧: ଭଦ୍ରକ ରେଲୱେ ଷ୍ଟେସନରେ ଜଣେ ମହିଳା ୩ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି। ମାତ୍ର ସମସ୍ତ ନବଜାତକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ମା’ର ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ରହିଛି। ସୂଚନା ଅନୁଯାୟୀ, ଏହି ଆସନ୍ନ ପ୍ରସବା ଜଣକ ବାଙ୍ଗାଲୁରୁରୁ ଗୌହାଟି ଯାଉଥିଲେ। ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବା ପରେ ସେ ଭଦ୍ରକ ଷ୍ଟେସନରେ ପ୍ରସବ କରିଥିବା ଜଣାପଡିଛି। ଖବରପାଇ ସ୍ଥାନୀୟଲୋକ ଓ ଜିଆରପି ଆମ୍ବୁଲାନ୍ସ ଯୋଗେ ମହିଳାଙ୍କ ସମେତ ୩ ଶିଶୁପୁତ୍ରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ୩ ଶିଶୁପୁତ୍ର ଭଦ୍ରକ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ସମ୍ପୃକ୍ତ ମହିଳାଙ୍କ ନାମ ମଞ୍ଜୁଲା ଖାତୁନ(୧୮) ଓ ସେ ଆସାମ ଗୌହାଟି ଅନ୍ତର୍ଗତ ନାଲବାଡି ଜିଲ୍ଲାର ବୋଲି ଜଣାପଡିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close