ରୋଷେଇ

ଛୁଟି ଦିନରେ ପ୍ରସ୍ତୁତ କରନ୍ତୁ ‘ଓଟ୍‌ସ କଟ୍‌ଲେଟ୍‌’

ଆବଶ୍ୟକୀୟ ସାମଗ୍ରୀ: ରୋଷ୍ଟେଡ୍‌ ଓଟ୍‌ସ, ପନିର, ଗ୍ରେଟେଡ୍‌ ଗାଜର, ଗରମ ମସଲା, ସିଝା ଆଳୁ, ଲଙ୍କା ଗୁଣ୍ଡ, ୧ ବଟା ଅଦା, କଞ୍ଚାଲଙ୍କା ବଟା, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ଆଳୁରୁ ଚୋପା ଛଡ଼ାଇ ଭଲ କରି ଚକଟି ଦିଅନ୍ତୁ। ଏବେ ଏକ ବଡ଼ ପାତ୍ରରେ ଓଟ୍‌ସ, ଚକଟା ହୋଇଥିବା ଆଳୁ, ବଟା ଅଦା, ବଟା କଞ୍ଚାଲଙ୍କା, ପନିର, ଗାଜର, ଲୁଣ, ଲଙ୍କାଗୁଣ୍ଡ ଏବଂ ଗରମ ମସଲା ଗୁଣ୍ଡ ପକାଇ ଭଲ କରି ମିଶାଇ ଦିଅନ୍ତୁ। ଏବେ ଏହାକୁ ଛୋଟ ଛୋଟ କରି କଟ୍‌ଲେଟ୍‌ ଆକାରରେ ବନାନ୍ତୁ। କଡ଼େଇରେ ତେଲ ଗରମ କରି ସେହି କଟ୍‌ଲେଟ୍‌କୁ ଛାଣନ୍ତୁ। ମନେ ରଖିବେ ଯେମିତି ଏହାର ରଙ୍ଗ ଗୋଲ୍ଡେନ୍‌ ବ୍ରାଉନ ହେବ। ଏହା ପରେ ଏକ ପାତ୍ରରେ କାଢ଼ି ଦିଅନ୍ତୁ ଏବଂ ଏହାକୁ ଟମାଟୋ ସସ୍‌ ସହିତ ଖାଆନ୍ତୁ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close