ରୋଷେଇ

ପ୍ରସ୍ତୁତ କରନ୍ତୁ ଖଟା ମିଠା ଅମୃତଭଣ୍ଡା

ଆବଶ୍ୟକୀୟ ସାମଗ୍ରୀ: ଅମୃତଭଣ୍ଡା, କଞ୍ଚାଲଙ୍କା, ଅଦା, ହଳଦୀ,ଫୋଟଣ , ଜିରା, ଗୁଡ ଓ ତେନ୍ତୁଳି।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛୋଟ ଛୋଟ କରି ଅମୃତଭଣ୍ଡା କୁ କାଟି ରଖନ୍ତୁ। କରେଇରେ ତେଲ ଗରମ କରି କଞ୍ଚା ଲଙ୍କା, ଅଦା ଛେଚା, ଫୋଟଣ, ଜିରା, ଭୃସଙ୍ଗ ପତ୍ର ପକାନ୍ତୁ, କଞ୍ଚା ଅମୃତଭଣ୍ଡା ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକାଇ କଷନ୍ତୁ। ଅମୃତଭଣ୍ଡା କଷି ହୋଇଗଲା ପରେ ଆବଶ୍ୟକ ମୁତାବକ ପାଣି ଦେଇ ଘୋଡନି ଘୋଡେଇ ଦିଅନ୍ତୁ। ଅମୃତଭଣ୍ଡା ସିଝି ଗଲା ପରେ ଗୁଡ ଆଉ ତେନ୍ତୁଳି ମଣ୍ଡ ମିଶେଇ ୫ ମିନିଟ ଛାଡି ଦିଅନ୍ତୁ। ଏହାପରେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଖଟା ମିଠା ଅମୃତଭଣ୍ଡା।

Show More

Related Articles

Leave a Reply

Your email address will not be published. Required fields are marked *

Close
Close