ରାଜନିତୀ

ଏମିତି ବି ଭୂଲ ମଗାଯାଏ? ସାମ୍ଵାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଭୂଲ ମାଗିଲେ ‘ସ୍ଵାଭିମାନୀ’ ସାସଂଦ ଅନୁଭବ

ଭୁବନେଶ୍ୱର,୮/୧୧: ଜୀବନରେ ଆପଣ କେବେ ଭୂଲ କରିଥିବେ ନିଶ୍ଚୟ ଏବଂ ଆପଣଙ୍କ ଭୂଲ ପାଇଁ ଯଦି କାହାକୁ କଷ୍ଟ ହେଇଥିବ ତାହେଲେ ଆପଣ ତାଙ୍କୁ କ୍ଷମା ମାଗିଥିବେ। ଭୂଲ କରିଛନ୍ତି ବୋଲି ଅନୁତାପ କଲେ ମଣିଷ ନମ୍ର ହେଇଯାଏ। ପରିସ୍ଥିତିରେ ପଡି ହେଉ ଅବା ହଠାତ ରାଗି ଯାଇ ଯେଉଁ ଭୂଲ କରାଯାଏ ପରବର୍ତ୍ତୀ ସମୟରେ ତାକୁ ନେଇ ମଣିଷ ପଶ୍ଚାତାପ କରେ ଓ ନମ୍ରତାର ସହ କ୍ଷମା ମଗାଯାଏ।

ଗତ କିଛି ଦିନ ହେବ କେନ୍ଦ୍ରାପଡାରେ ଓଟିଭିର ସାମ୍ଵାଦିକଙ୍କୁ ସାସଂଦ ଅନୁଭବ ମହାନ୍ତି ଙ୍କ ଦୁର୍ବ୍ୟବହାର ନେଇ ତୀବ୍ର ପ୍ରତିକ୍ରିୟା ସାରା ରାଜ୍ୟରେ ପ୍ରକାଶ ପାଇଛି। ଯାହା ବର୍ତମାନ ପର୍ଯ୍ୟନ୍ତ ଥମିବାର ନାଁ ଧରୁ ନାହିଁ। ପରିସ୍ଥିତି ଏପରି ହେଇଛି ଯେ ଅନୁଭବଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ତେବେ ଏହି ଘଟଣାର ନିଆଁ ନ ଲିଭୁଣୁ ପୁଣି ଅନୁଭବ ନିଜେ ନିଆଁରେ ଘିଅ ଢାଳିଛନ୍ତି। ଆଜି ଅନୁଭବ ଦୁର୍ବ୍ୟବହାର ପ୍ରରସଙ୍ଗରେ ଏକ ଭିଡ଼ିଓ ତାଙ୍କ ଶୋସାଲ ମିଡିଆରେ ଜାରି କରିଛନ୍ତି। ତେବେ ଏହି ଭିଡିଓରେ ଅନୁଭବ ସାସଂଦ ହୋଇ କ୍ଷମା ମାଗିଛନ୍ତି ନା ଅଭିନେତା ଭାବେ କ୍ଷମା ମାଗିଛନ୍ତି ତାହା ବୁଝା ପଡୁନାହିଁ। କ୍ଷମାରେ ଯେ ନମ୍ରତା ଥାଏ ତାହା ଏଥିରେ ଦେଖାଯାଉ ନାହିଁ। କେବଳ ସେତିକି ନୁହେଁ କ୍ଷମା ମାଗିବା ଆଳରେ ଅନୁଭବ ପୁଣି କେନ୍ଦ୍ରାପଡାର ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି। ଯାହାକୁ ନେଇ ପୁଣି ବିବାଦରେ ଅନୁଭବ।

ପୁରା ଭିଡିଓଟିରେ ଏଭଳି କିଛି କହିଛନ୍ତି ଅନୁଭବ, ୨୦୧୯ ନିର୍ବାଚନରେ ବୈଜୟନ୍ତ ପଣ୍ଡା ମୋଠାରୁ ଦେଢଲକ୍ଷ ଭୋଟରେ ହାରିଥିଲେ। ତାଙ୍କ ମାଲିକାନାରେ ଥିବା ଚ୍ୟାନେଲ ମୋ ଚରିତ୍ର ସଂହାର କରୁଛି। ତେବେ ମୋତେ ବିରକ୍ତ ଓ ଅପମାନିତ କରିବାରେ ଚ୍ୟାନେଲ ଲାଗିଛି। ଏପରି ନକରିବାକୁ ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ କରିଛନ୍ତି ଅନୁଭବ।

କଥା ହେଲା ଭିଡିଓରେ କେବଳ ଦୁର୍ବ୍ୟବହାର ନେଇ କ୍ଷମା ମାଗିଦେଇଥିଲେ କଥା ସରିଥାନ୍ତା। ହେଲେ ଅନୁଭବ ଏହି ବିବାଦର ନିଆଁକୁ ଆଉ ଟିକେ ତେଜିଛନ୍ତି। ‘ସ୍ଵାଭିମାନୀ’ ସାସଂଦଙ୍କ ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close