ଆଞ୍ଚଲିକ

ଡଙ୍ଗା ଭସାଇ ପୁଣ୍ୟ ଅର୍ଜିଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୧୨/୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ। ଏହି ଉପଲକ୍ଷେ ଭୋରରୁ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମହୋଦଧୀରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି। କଟକର ମହାନଦୀ ଓ କାଠଯୋଡ଼ି ନଦୀରେ ସକାଳେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ସେହିଭଳି ରାଜଧାନୀ ଭୁବନେଶ୍ୱରର ବିନ୍ଦୁ ସାଗର, ପୁରୀ ସମୁଦ୍ର କୂଳ ଓ ଗୋପାଳପୁର ବିଚ୍‌ରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବ୍ୟବସାୟ ପାଇଁ ପୂର୍ବରୁ ଓଡ଼ିଆ ସାଧବ ପୁଅ ସମୁଦ୍ର ପଥରେ ବିଦେଶକୁ ଯାତ୍ରା କରୁଥିଲେ। ଓଡ଼ିଶାର ସେହି ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ପର୍ବକୁ ପାଳନ କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close