ଖେଳଦେଶ ବିଦେଶ

କପିଲ୍ ଦେବଙ୍କ ନେତୃତ୍ୱାଧୀନ କମିଟି କରିବ ଟିମ୍ ଇଣ୍ଡିଆ କୋଚ୍ ଚୟନ

ନୂଆଦିଲ୍ଲୀ,୧୮/୭: ୨୦୧୯ ବିଶ୍ୱକପ୍ ଶେଷହେବା ପରେ ଭାରତୀୟ କ୍ରିକେଟ୍ ଏବେ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡ଼ିଛି। ବିଶ୍ୱକପ୍ ସେମିଫାଇନାଲରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାପରେ ଭାରତୀୟ ଦଳ ଏହାର କୋଚିଂ ଷ୍ଟାଫଙ୍କୁ ସମ୍ପୂର୍ଣ୍ଣ ବଦଳାଇବା ଚାହୁଁଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ ପ୍ରଶାସନିକ କମିଟି(ସିଓଏ) ଶୀଘ୍ର ନୂଆ କ୍ରିକେଟ୍ ପରାମର୍ଶଦାତା କମିଟି ଗଠନ କରିବାକୁ ଯାଉଛି। ଏହି କମିଟିରେ ଭାରତକୁ ପ୍ରଥମଥର ବିଶ୍ୱ ଚାମ୍ପିଅନ୍ କରାଇଥିବା କ୍ୟାପଟେନ୍ କପିଲ୍ ଦେବ, ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଦୁଇଥରର କୋଚ୍ ରହିସାରିଥିବା ଅଂଶୁମାନ ଗାଏକ୍ୱାଡ୍ ଏବଂ ଭାରତୀୟ ମହିଳା ଟିମର ପ୍ରଥମ କ୍ୟାପଟେଡନ୍ ଶାନ୍ତା ରଙ୍ଗାସ୍ୱାମୀ ସାମିଲ୍ ଅଛନ୍ତି। ତେବେ ଏହି ତିନିଜଣିଆ କମିଟି ଗଠନର ଘୋଷଣା ଆନୁଷ୍ଠାନିକ ଭାବେ ହୋଇନଥିବା ସୂଚନା ମିଳିଛି। ତେବେ ଭାରତୀୟ କ୍ରିକେଟ୍ ଟିମର ପରବର୍ତ୍ତୀ କୋଚ୍ କିଏ ହେବ, ତାହା ଏହି କମିଟି ହିଁ ଚୟନ କରିବ ବୋଲି ଜଣାପଡ଼ିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close