ଦେଶ ବିଦେଶ

‘୨୪ ଘଣ୍ଟାରେ ଅଯୋଧ୍ୟା ବିବାଦର ସମାଧାନ କରାଯାଇପାରିବ’

ଲକ୍ଷ୍ନୌ,୨୭/୧: ବିବାଦୀୟ ଅଯୋଧ୍ୟା ରାମଜନ୍ମ ଭୂମୀ ଉପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବିସ୍ଫୋରକ ଟିପ୍ପଣୀ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଯଥାଶୀଘ୍ର ରାମ ମନ୍ଦିର ବିବାଦ ଉପରେ ନିଷ୍ପତ୍ତି ନେବା ଉଚିତ, ନହେଲେ ଉତ୍ତର ପ୍ରଦେଶ ସରକାର ଏହାର ସମାଧାନ ମାତ୍ର ୨୪ ଘଣ୍ଟା ଭିତରେ କରିଦେବେ ବୋଲି ଯୋଗୀ ପ୍ରକାଶ କରିଛନ୍ତି। ଇଣ୍ଡିଆ ଟିଭିର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ଯୋଗୀ ଆଦିତ୍ୟନାଥ ଏହା ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ, ରାମ ଜନ୍ମଭୂମି ବିବାଦର ସମାଧାନ ଅନାବଶ୍ୟକ ଭାବେ ବିଳମ୍ବ ହେଉଛି। ଏହି କାରଣରୁ ସର୍ବୋଚ୍ଚ ନ୍ୟାୟାଳୟ ଉପରୁ ଲୋକଙ୍କ ଭରସା ଉଠିଯାଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଅଯୋଧ୍ୟା ରାମ ଜନ୍ମଭୂମି-ବାବରି ମସଜିଦ୍‌ ବିବାଦର ଶୁଣାଣି ଲାଗି ଶୁକ୍ରବାର ଏକ ପାଞ୍ଚଜଣିଆ ନୂଆ ସମ୍ବିଧାନ ପୀଠର ଗଠନ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close