ଦେଶ ବିଦେଶବାଣିଜ୍ୟ

ବଦଳିଗଲା ଜିଓ: ଏଣିକି ଦେବାକୁ ପଡ଼ିବ ଆଉଟ ଗୋଇଂ ଚାର୍ଜ

ନୂଆଦିଲ୍ଲୀ ୧୨/୧୦: ରିଲାଏନ୍ସ ଜିଓ ଗୁରୁବାରଠୁ ଅନ୍ୟ ନେଟଓ୍ବାର୍କରେ କରାଯାଉଥିବା ଆଉଟ ଗୋଇଂ କଲରେ ପ୍ରତି ମିନିଟକୁ ୬ପଇସା ଚାରଜେସ ନେବାକୁ ନିଷ୍ପତ୍ତି ନେଇଛି। ଏହା ପରେ ସମସ୍ତ ଜିଓ ଗ୍ରାହକଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୂର୍ବରୁ ଜିଓରୁ କୌଣସି ନେଟଓ୍ବାର୍କକୁ କଲ୍ କଲେ ଟଙ୍କା ଦେବାକୁ ପଡ଼ୁନଥିଲା। ଜିଓ ନିଜ ପ୍ରିପେଡ ପ୍ଲାନର ମୂଲ୍ୟ ବଢ଼ାଇ ଦେଇଛି। ଯଦି ଆପଣ ଜିଓର ଗ୍ରାହକ ଏବଂ ରିଚାର୍ଜ କରାଉଛନ୍ତି ତେବେ ଏହି ରିଚାର୍ଜ ବିଷୟରେ ଆପଣଙ୍କୁ ଜାଣିବାର ଆବଶ୍ୟକତା ରହିଛି। କମ୍ପାନୀ ନିଜ ପ୍ଲାନ୍ ସହ ଆଇୟୁସି ଶୁଳ୍କ ଯୋଡ଼ିଛି। ଅର୍ଥାତ୍ ଏବେ ଆପଣ ଫ୍ରି କଲିଂ ଏବଂ ଡାଟା ଥିବା ପ୍ଲାନ୍ ନେଉଛନ୍ତି ତେବେ ଆପଣଙ୍କୁ ଆଇୟୁସି ରିଚାର୍ଜ ମଧ୍ୟ କରାଇବାକୁ ପଡ଼ିବ। ତେବେ ଆପଣ ଅନ୍ୟ ନେଟଓ୍ବାର୍କରେ ଫ୍ରି କଲିଂ ଲାଭ ଉଠାଇପାରିବେ। ଆଇୟୁସି ଟପଅପ ଭାଉଚରର ମୂଲ୍ୟ ୧୦, ୨୦, ୫୦, ୧୦୦, ୫୦୦ ଏବଂ ୧୦୦୦ଟଙ୍କା ରହିଛି। ୧୦ଟଙ୍କାର ପ୍ଲାନରେ ୧୨୪ମିନିଟ୍, ୨୦ଟଙ୍କାର ୨୪୯ମିନିଟ୍, ୫୦ରେ ୬୫୬ମିନିଟ୍, ୧୦୦ରେ ୧,୩୬୨ମିନିଟ୍, ୫୦୦ଟଙ୍କାରେ ୭,୦୧୨ ଏବଂ ୧୦୦୦ଟଙ୍କାର ଟପଅପରେ ୧୪,୦୭୪ମିନିଟ କଲିଂର ସୁବିଧା ମିଳିବ। ଯଦି ୩୯୯ଟଙ୍କାର ପ୍ଲାନ୍ ରିଚାର୍ଜ କରୁଛନ୍ତି ତେବେ ଆପଣ ୧୦ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କାର ଯେକୌଣସି ଆଇୟୁସି ପ୍ଲାନ୍ ବାଛିପାରିବେ ଏବଂ ଆପଣଙ୍କୁ ସେହି ହିସାବରେ ଫ୍ରି କଲିଂ ମିନିଟ ମିଳିବ। ଯଦି ଆପଣ ୩୯୯ଟଙ୍କାର ରିଚାର୍ଜ ସହ ୧୦ଟଙ୍କାର ଆଇୟୁସି ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ଏଥିରେ ୮୪ଦିନର ଭ୍ୟାଲିଡିଟି ମିଳିବ ବୋଲି ଜଣାପଡ଼ିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close