ଦେଶ ବିଦେଶବାଣିଜ୍ୟ

ବନ୍ଦହେଲା ଜେଟ୍‌ ଏୟାରୱେଜର ବିମାନ ସେବା

ନୂଆଦିଲ୍ଲୀ,୧୮/୪: ଜେଟ୍ ଏୟାରୱେଜ ବୁଧବାର ରାତିରୁ ହିଁ ତା’ର ସମସ୍ତ ବିମାନ ସେବାକୁ ଅସ୍ଥାୟୀ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଆର୍ଥିକ କ୍ଷତି ସହି ଚାଲିଥିବାରୁ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି। ତେବେ ବୁଧବାର ରାତି ୧୦ଟା ୩୦ରେ କମ୍ପାନୀ ପକ୍ଷରୁ ଶେଷ ବିମାନ ଅମୃତସର-ମୁମ୍ବାଇ-ଦିଲ୍ଲୀକୁ ଉଡ଼ିଥିଲା। ଏହାପରେ କମ୍ପାନୀ କୌଣସି ବିମାନ ଉଡ଼ାଇବ ନାହିଁ ବୋଲି ସ୍ପଷ୍ଟ କରିଛି। ବର୍ତ୍ତମାନ ଏହି କମ୍ପାନୀରେ କାର୍ଯ୍ୟ କରୁଥିବା ୧୬ ହଜାର କର୍ମଚାରୀଙ୍କ ଭାଗ୍ୟ ଅନ୍ଧକାର ମଧ୍ୟକୁ ଚାଲିଯାଇଛି। ବର୍ତ୍ତମାନ ୮,୫୦୦ କୋଟିର ଋଣରେ କମ୍ପାନୀ ବୁଡ଼ି ରହିଛି। ଫଳରେ ଜେଟ୍‌ କମ୍ପାନୀ କର୍ମଚାରୀଙ୍କୁ ଦରମା ମଧ୍ୟ ଦେଇପାରିନାହିଁ। କମ୍ପାନୀର ବରିଷ୍ଠ କର୍ମଚାରୀମାନେ ଜାନୁଆରୀ ମାସରୁ ଦରମା ପାଇ ନଥିବା ବେଳେ ଅନ୍ୟମାନେ ମାର୍ଚ୍ଚ ମାସରୁ ଦରମା ପାଇ ନାହାନ୍ତି। କିଛି ଦିନ ପୂର୍ବରୁ କମ୍ପାନୀ ୩୫-୪୦ଟି ବିମାନ ଚଳାଉଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହି ସଂଖ୍ୟା ୬କୁ ଖସି ଆସିଥିଲା। ତେବେ ଏହି ୬ଟି ବିମାନ ମଧ୍ୟ ଆଉ ସେବା ଯୋଗାଇ ପାରିବେ ନାହିଁ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close