କ୍ୟାରିଅରଦେଶ ବିଦେଶ

ମେ’ ୨୭କୁ ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସଡ୍-୨୦୧୯

ନୂଆଦିଲ୍ଲୀ,୧୯/୩: ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଆଡ୍‌ଭାନ୍ସଡ୍-୨୦୧୯କୁ ମେ’ ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆଇଆଇଟି ଆଡମିଶନ୍ ପାଇଁ ଉଦ୍ଦିଷ୍ଟ ଏହି ପରୀକ୍ଷା ପୂର୍ବରୁ ମେ’ ୧୯ ତାରିଖରେ ହେବାକୁ ଥିଲା। ବର୍ତ୍ତମାନ ତାରିଖ ପରିବର୍ତ୍ତନ ନେଇ jeeadv.ac.inରେ ସୂଚନା ଦିଆଯାଇଛି। ଆଗାମୀ ଲୋକସଭା ନିର୍ବାଚନ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିବା ପରୀକ୍ଷାର ଆୟୋଜକ ଆଇଆଟି ରୁର୍କି ପକ୍ଷରୁ କୁହାଯାଇଛି। ୨୦୧୯ ଜେଇଇ (ଆଡ୍‌ଭାନ୍ସଡ୍) ଅନୁଷ୍ଠିତ ହେବା ସମୟରେ ହିଁ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ  ଭୋଟ୍‌ ଗ୍ରହଣ ଥିବା ଦୃଷ୍ଟିରୁ ଏହି ପରୀକ୍ଷା ମେ’ ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଏ ନେଇ ଜାରି ନୋଟିସରେ କୁହାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close