ଖବରଦେଶ ବିଦେଶ

ନୀତିଶଙ୍କ ହାତଛାଡି କଂଗ୍ରେସ ମୁହାଁ ହେଲେ ଜେଡିୟୁ ନେତା

ପାଟନା,୨ ।୨: ଏବେ ଯେମିତି ମିଶ୍ରଣ ପର୍ବ ଚାଲିଛି । ଆଗକୁ ନିର୍ବାଚନ ଋତୁ ପାଖେଇ ଆସୁଥିବା ବେଳେ ନେତାମାନେ କରି ଚାଲଇଛନ୍ତି ଦଳ ଅଦଳ ବଦଳ । ଶନିବାର ବିହାର ବିଧାନ ପରିଷଦର ସଦସ୍ୟ ତଥା ପୂର୍ବ ଜନତା ଦଳ ୟୁନାଇଟେଡ୍(ଜେଡିୟୁ) ବିଧାୟକ ରିଶି ମିଶ୍ର ଦଳ ତ୍ୟାଗ କରିଛନ୍ତି। କେବଳ ସେତିକି ନୁହେଁ ସେ ଏହାପରେ ଶନିବାର କଂଗ୍ରେସରେ ଯୋଗଦେବା କଥା ମଧ୍ୟ କହିଛନ୍ତି। ତେବେ ନୀତୀଶ କୁମାରଙ୍କ ସହ ତାଙ୍କର କୌଣସି ଶତ୍ରୁତା ନାହିଁ ବରଂ ସେ ଜେଡୁୟୁରେ କାମ କରିପାରୁ ନାହାଁନ୍ତି। ଅନ୍ୟପଟେ ସେ ଭାଜପାରେ ମଧ୍ୟ କାମ କରିପାରିବେ ନାହିଁ ତେଣୁ ସେ କଂଗ୍ରେସରେ ଯୋଗ ଦେବାକୁ ସ୍ଥିର କରିଛନ୍ତି। ସୂଚନାଯୋଗ୍ୟ, ରବିବାର ପାଟନାର ଗାନ୍ଧୀ ମୈଦାନରେ କଂଗ୍ରେସ ଏକ ରାଲିର ଆୟୋଜନ କରିଥିବା ବେଳେ ଏହା ପୂର୍ବରୁ ରିଶି କଂଗ୍ରେସରେ ଯୋଗ ଦେଇସାରିଥିବେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close