ଆଞ୍ଚଲିକ

କଟକ ଏସସିବିରେ ଚିକିତ୍ସିତ ହେବେ ଜଗା-ବଳିଆ

କଟକ,୨/୮: କଟକ ଏସସିବିରେ ଚିକିତ୍ସିତ ହେବେ ଜଗା ବଳିଆ। ଖୁବଶୀଘ୍ର ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବେ ଜଗା ବଳିଆ। ତେବେ ସେମାନଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ମନା କରିଦେଇଛି। ପରେ କଟକ ଏସସିବିରେ ଚିକିତ୍ସା ହେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ସେମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସୂଚନା ରହିଛି। ସେହିପରି ଉଭୟଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଏସସିବି ଡାକ୍ତରଙ୍କ ସହ କଥା ମଧ୍ୟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close