ଖେଳଦେଶ ବିଦେଶ

ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ସହଜ ଲକ୍ଷ୍ୟକୁ କଷ୍ଟରେ ହାସଲକଲା ଭାରତ

ଫ୍ଲରିଡା,୪/୮: ପ୍ରଥମେ ଟି-୨୦ରେ ସହଜ ଲକ୍ଷ୍ୟକୁ କଷ୍ଟରେ ହାସଲ କରି ୱେଷ୍ଟଇଣ୍ଡିଜ୍‌କୁ ୪ ୱିକେଟ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଟିମ୍‌ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିଥିବା ନଭଦୀପ ସାଇନ୍‌ଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍‌ ମାତ୍ର ୯୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୯୬ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଶେଷରେ ୧୬ ବଲ୍‌ ପୂର୍ବରୁ ବିଜୟ ଲାଭ କରିଥିଲା। ୪ ଓଭର୍‌ରେ ୧୭ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିବା ନଭଦୀପ ସାଇନିଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ମିଳିଛି। ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଜ୍‌ ଟିମ୍‌ ପୋଲାର୍ଡଙ୍କ ୪୯ ରନ୍‌ ବଳରେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୱେଷ୍ଟଇଣ୍ଡିଜ୍‌ ୬ ଓଭର୍‌ ଶେଷ ସୁଦ୍ଧା ୩୩ ରନ୍‌ କରି ୫ ୱିକେଟ୍‌ ହରାଇଥିଲା। ତେବେ ପୋଲାର୍ଡଙ୍କ ଲଢ଼େଇ ଯୋଗୁଁ ଇଣ୍ଡିଜ୍‌ ୯୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ସାଇନି ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାର ୨ଟି, ଖଲୀଲ ଅହମ୍ମଦ, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍‌ ସୁନ୍ଦର ଓ କୃନାଲ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close