ଦେଶ ବିଦେଶ

ସାରା ଦେଶ ପାଳୁଛି ପବିତ୍ର ଇଦ୍: ଟ୍ୱିଟ ଯୋଗେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୧୨/୮: ସମଗ୍ର ଦେଶରେ ଇଦ୍ ପର୍ବକୁ ବେଶ ଉତ୍ସାହର ସହ ପାଳନ କରାଯାଉଛି। କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶର ସମସ୍ତ ମସଜିତରେ ନମାଜ ପଢାଯାଉଛି। ଇଦ୍ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜଣାଇଛନ୍ତି। ବିଶେଷ କରି ମୁସଲିମ ଭାଇଭଉଣୀଙ୍କୁ ଶୁଭେଚ୍ଛା ସହ ପ୍ରେମ, ଭାଇଚାରା ଏବଂ ମାନବସେବାର ପ୍ରତୀକ ହେଉଛି ଇଦ୍ ବୋଲି ସେ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ଯୋଗେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଉଦ୍ ସମାଜରେ ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି। ଏଥିସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଇଦ୍ ଅବସରରେ ଦେଶବାସୀଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ ଇଦକୁ ନେଇ କାଶ୍ମୀରେ କର୍ଫ୍ୟୁ କୋହଳ କରାଯିବା ସହ ଲୋକଙ୍କ ସୁବିଧା ଉପରେ ନଜର କଡା ନଜର ରଖାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close