ଖେଳ

ହକି ବିଶ୍ୱକପ୍‌-୨୦୧୮: ଆଜି ଉଦ୍‌ଘାଟନୀ ସମାରୋହ

ଭୁବନେଶ୍ୱର,୨୭।୧୧: ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ୱକପ୍‌। ଆଜି କଳିଙ୍ଗ ଷ୍ଟାଡିୟମରେ ଏହାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଉଦ୍‌ଘାଟନୀ ଉତ୍ସବକୁ ଅବିସ୍ମରଣୀୟ କରିବା ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ ଓ ହକି ଇଣ୍ଡିଆର ଅନୁମୋଦନକ୍ରମେ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରିଛନ୍ତି। କିମ୍ବଦନ୍ତୀ ଗୀତିକାର ଗୁଲ୍‌ଜାର, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରହମନ, ବଲିଉଡ୍‌ ଅଭିନେତା ଶାହରୁଖ ଖାଁ ଓ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏହି ଉତ୍ସବରେ ସାମିଲ ହୋଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବେ। ଏଥିସହ ଓଲିଉଡ୍‌ର ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଉପସ୍ଥିତ ରହିବେ। ଅନ୍ତିମ ରିହର୍ସାଲ କଳିଙ୍ଗ ଷ୍ଟାଡିୟମର ଆଥ୍‌ଲେଟିକ୍ସ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ହୋଇଯାଇଥିବାବେଳେ ଏହି ମେଗା ଇଭେଣ୍ଟ ପାଇଁ ଭୁବନେଶ୍ୱର ଉପରେ ଏବେ ସମଗ୍ର ବିଶ୍ୱର ନଜର। ହକି ବିଶ୍ୱକପ୍‌ରେ ଭାଗ ନେବାକୁ ଯାଉଥିବା ୧୬ଟି ଦଳ ଏବେ ଏଠାରେ ଏକତ୍ରିତ ହୋଇଛନ୍ତି। ତେବେ ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଏହି ଅବସରରେ ୧୯୭୫ ବିଶ୍ୱକପ୍‌ ବିଜୟୀ ଭାରତୀୟ ହକି ଦଳକୁ ସମ୍ବର୍ଦ୍ଧିତ କରାଯିବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close