ଖେଳ

ବିଶ୍ୱକପ୍-୨୦୧୯ ଆଇସିସିର ସବୁଠୁ ଅଧିକ ଦେଖାଯାଇଥିବା ଟୁର୍ଣ୍ଣାମେଣ୍ଟ

ରେକର୍ଡ କଲା ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ,୧୭/୯: ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୧୯ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ସବୁଠୁ ଅଧିକ ଦେଖାଯାଇଥିବା ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛି। ସାରା ବିଶ୍ୱର ୧.୬ ବିଲିୟନ ଲୋକ ଏହାର ସିଧାପ୍ରସାରଣ ଦେଖିଛନ୍ତି। ସେହିପରି ଡିଜିଟାଲ୍ ପ୍ଲାଟଫର୍ମରେ ମ୍ୟାଚର ସିଧା ପ୍ରସାରଣ ଦେଖିବା ମାମଲାରେ ଭାରତ ଶୀର୍ଷରେ ରହିଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚକୁ ୨.୫୩ କୋଟି ଦର୍ଶକ ହଟଷ୍ଟାରରେ ଲାଇଭ୍ ଦେଖି ରେକର୍ଡ କରିଛନ୍ତି। ଏଥିସହ ଆଇସିସିର ୨୫ ପ୍ରସାରଣ ପାର୍ଟନର ୨୦୦ରୁ ଅଧିକ ଅଞ୍ଚଳରେ ୨୦ହଜାରରୁ ଅଧିକ ଘଣ୍ଟାର ସିଧାପ୍ରସାରଣ, ରିପୋର୍ଟ ଏବଂ ହାଇଲାଇଟ୍ସ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ୨୦୧୫ ବିଶ୍ୱକପ୍ ସଂସ୍କରଣ ତୁଳନାରେ ଏଥର ୩୮ ପ୍ରତିଶତ ଫାଇଦା ହୋଇଛି। ତେବେ ଭାରତ ଓ ପାକିସ୍ତାନ ମ୍ୟାଚକୁ ସର୍ବାଧିକ ଲୋକେ ଦେଖିଛନ୍ତି। ଏହି ମ୍ୟାଚକୁ ୨୭.୩୦ କୋଟି ଦର୍ଶକ ଟିଭିରେ ଏବଂ ପାଞ୍ଚ କୋଟି ଲୋକେ ଅନ୍ୟ ଡିଜିଟାଲ୍ ପ୍ଲାଟଫର୍ମରେ ଦେଖିଛନ୍ତି। ଅନ୍ୟପକ୍ଷରେ ଏଥର ବିଶ୍ୱକପକୁ ଦେଖିବାର ସମୟରେ ମଧ୍ୟ ୪୨ ପ୍ରତିଶତ ବୃଦ୍ଧି ହୋଇଛି। ବିଶ୍ୱକପ୍ ଫାଇନାଲ ମୁକାବିଲାକୁ ଦେଢ଼ କୋଟି ଲୋକେ ଦେଖିଛନ୍ତି। ଏ ନେଇ ଆଇସିସି ମିଡିଆ ରାଇଟ୍ସ, ବ୍ରଡକାଷ୍ଟ ଏବଂ ଡିଜିଟାଲ୍ ମୁଖ୍ୟ ଆରତୀ ଡବାସ ସୂଚନା ଦେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close