ଆଞ୍ଚଲିକ

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୭/୮: ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଅସିତ ତ୍ରିପାଠୀ କେବିକେ ମୁଖ୍ୟ ପ୍ରଶାସକ, ସୁଦର୍ଶନ ପାଲ ଠାକୁର ଗୋପବନ୍ଧୁ ଏକାଡ଼େମୀର ନିର୍ଦ୍ଦେଶକ, ସି.ଜେ. ଭେନୁଗୋପାଳ ରାଜସ୍ୱ ପର୍ଷଦ ସଦସ୍ୟ, ନୀତିନ ଚନ୍ଦ୍ରା ସାଧାରଣ ପ୍ରଶାସନ ବିଭାଗର ଓଏସଡ଼ି, ଡି.କେ.ସିଂହଦେଓ ବିଜ୍ଞାନ ଓ କାରିଗରୀ କୌଶଳର ସଚିବ, ରଞ୍ଜନା ଚୋପ୍ରା ଏସସି/ଏସଟି ବିକାଶ ସଚିବ, ବୀର ବିକ୍ରମ ଯାଦବ ସମବାୟ ସଚିବ, ଆଇପିଏସ ଅରୁଣ ବୋଥ୍ରା ସେସୁର ସିଇଓ, ସୁଶୀଲ କୁମାର ଲୋହାନି ବାଣିଜ୍ୟ କର କମିସନର ଅତିରିକ୍ତ ଦାୟିତ୍ୱ, ଆର.ରଘୁପ୍ରସାଦ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଭାରପ୍ରାପ୍ତ ସଚିବ, ଆର.ରଘୁପ୍ରସାଦ ଓମଫେଡ଼ ଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ, ବିଶାଲ ଗଗନ ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ, ଭାସ୍କର ଜ୍ୟୋତି ଶର୍ମା ଭିନ୍ନକ୍ଷମ ସଶକ୍ତିକରଣ ସଚିବ, କ୍ରିଷନ କୁମାର ପୂର୍ତ୍ତ ସଚିବ, ଅର୍ଚ୍ଚନା ପଟ୍ଟନାୟକ ଉଠା ଜଳସେଚନ ନିଗମ ଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ, ଏସ.ଆର.ଯାଦବ ବିଜ୍ଞାନ ଓ କାରିଗରୀ କୌଶଳ ନିର୍ଦ୍ଦେଶକ, ସୁରେନ୍ଦ୍ର ମୀନା ପୂର୍ତ୍ତ ବିଭାଗ ଉପସଚିବ ଓ ସାଦିକ ଆଲମ ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close