ଦେଶ ବିଦେଶ

ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଘଟଣା: ୧୦ ଦିନରେ ରଫାଦଫା

ନୂଆଦିଲ୍ଲୀ,୬/୧୨: ହାଇଦ୍ରାବାଦର ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଛି। ତେବେ ଅଭିଯୁକ୍ତମାନେ ଖସି ପଳାଉଥିବା ବେଳେ ଏନଏଚ୍-୪୪ରେ ତେଲେଙ୍ଗାନା ପୋଲିସ ଏନକାଉଣ୍ଟର କରିଥିଲା। ଏନକାଉଣ୍ଟର ହୋଇଥିବା ସ୍ଥାନରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ରାଜପଥରେ ଗଣଦୁର୍ଷ୍କମର ଶିକାର ହୋଇଥିଲେ ମହିଳା ଡାକ୍ତର ସେହି ସ୍ଥାନରେ ସେମାନଙ୍କୁ ଏନକାଉଣ୍ଟର କରାଯାଇଛି। ଅନ୍ୟପଟେ ଏହି ଘଟଣା ପରେ ତେଲେଙ୍ଗାନା ସରକାର ଓ ପୋଲିସଙ୍କୁ ଧନ୍ୟବାଦ ଜଣାଇଉନ୍ତି ପୀଡ଼ିତାଙ୍କ ପରିବାର।

Show More

Related Articles

Leave a Reply

Your email address will not be published. Required fields are marked *

Close
Close