ଆଞ୍ଚଲିକରାଜନିତୀ

କେନ୍ଦ୍ର ସରକାରଙ୍କୁ ରାଜ୍ୟ ବିଜେପିର ପ୍ରଶଂସା

ଭୁବନେଶ୍ୱର,୩୦/୮: ‘କାମ୍ପା’ ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶାକୁ ସର୍ବାଧିକ ୫୯୩୪ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଏହି ଯୋଜନାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାକୁ ଅଧିକ ପାଣ୍ଠି ଦିଆଯାଇଥିବାରୁ ରାଜ୍ୟ ବିଜେପି କେନ୍ଦ୍ର ସରକାରଙ୍କ ପ୍ରଶଂସା କରିଛି। ଏହି ଅନୁଦାନ ରାଜ୍ୟରେ ପୁନଃ ବନୀକରଣ ଓ ପରିବେଶକୁ ସବୁଜ ସୁନ୍ଦର କରିବାରେ ସହାୟକ ବୋଲି ବିଜେପି କହିଛି। ନୂଆଦିଲ୍ଲୀରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଗୁରୁବାର ଦେଶର ୨୭ଟି ରାଜ୍ୟକୁ ବନୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କାମ୍ପା ଯୋଜନାରେ ମୋଟ ୪୭,୪୩୬ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଗତ ୨ବର୍ଷ ମଧ୍ୟରେ ୮୮୫ବର୍ଗ କିମି ଜଙ୍ଗଲ ଅଞ୍ଚଳ ବୃଦ୍ଧି କରିଛି। ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଶଂସା କରିବା ସହ କାମ୍ପା ଯୋଜନାରେ ୫୯୩୩.୯୮ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସଚିବ ମୋନା ଶର୍ମା ଏହି ଅନୁଦାନ ରାଶିର ଚେକ୍ ଗ୍ରହଣ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close