ଫୁରୁସତ

ସ୍କଟ ପିନ୍ଧିଲେ ମିଳିବ ଅଧିକ ଦରମା

ରୁଷର ଏକ କର୍ମ୍ପାନୀ ଏବେ ତା’ର ଏକ ନିଆରା ଚିନ୍ତାଧାରା ପାଇଁ ଆସିଛି ଚର୍ଚ୍ଚାକୁ। ଟେଟପ୍ରୋଫ୍ ନାମକ ଏକ ଆଲୁମିନିୟମ ଉତ୍ପାଦନ କମ୍ପାନୀ ମହିଳା କର୍ମଚାରୀଙ୍କ ପାଇଁ ଏକ ଅଭିନବ ଯୋଜନା ଆରମ୍ଭ କରିଛି। ଯେଉଁ ମହିଳା କର୍ମଚାରୀମାନେ ପ୍ରତିଦିନ ସ୍କର୍ଟ ସହ ପୁରା ମେକ୍ଅପ୍ରେ ଆସିବେ ସେମାନଙ୍କୁ ଦିନକୁ ଶହେ ରୁବଲ(୧୦୬ଟଙ୍କା) ମିଳିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନୀ କାର‌୍ୟ୍ୟାଳୟକୁ ଜୀବନ୍ତ କରିବା ପାଇଁ ଏପରି ଏକ ମାରାଥନ୍ କାର‌୍ୟ୍ୟକ୍ରମ କରିଥିବା କହିଛି। ତେବେ କମ୍ପାନୀର ଏହି କାର‌୍ୟ୍ୟକ୍ରମକୁ ଦେଖି ଲୋକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେତେଜଣ ଲୋକ ସୋସିଆଲ ମିଡିଆରେ ଏହାକୁ ଡାର୍କ ଏଜ୍ ମଧ୍ୟ କହୁଛନ୍ତି। ତେବେ ଏହି କାର‌୍ୟ୍ୟକ୍ରମ ମେ’ ୨୭ରୁ ଜୁନ୍ ୩୦ ପର‌୍ୟ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ତେବେ ଯେଉଁମହିଳା କର୍ମଚାରୀମାନେ ମେକ୍ଅପ୍ ଓ ସ୍କର୍ଟ ସହ ନିଜର ଫଟୋ କମ୍ପାନୀକୁ ପଠାଇବେ କେବଳ ସେହିମାନଙ୍କୁ ଅଧିକ ଟଙ୍କା ମିଳିବ।

Tags
Show More

Related Articles

Leave a Reply

Your email address will not be published. Required fields are marked *

Close
Close