ଦେଶ ବିଦେଶ

ଲାଲକିଲ୍ଲାରେ ହାଇ ଆଲର୍ଟ ଜାରି

ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ,୧୧/୮: ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ତେବେ ଆତଙ୍କବାଦୀ ଆକ୍ରମଣ ନେଇ ସୁରକ୍ଷା ସଂସ୍ଥାଗୁଡିକ ହାଇଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀମାନେ ଆଫଗାନି ପାସପୋର୍ଟରେ ଦିଲ୍ଲୀରେ ପ୍ରବେଶ କରିପାରନ୍ତି ବୋଲି ଗୁଇନ୍ଦା ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି। ଏନେଇ ଆତଙ୍କବାଦୀମାନେ ଲାଲକିଲ୍ଲା ଠାରୁ କିଛି ଦୂର ମଧ୍ୟରେ ବଡ ଧରଣର ଆଇ.ଡି ବିସ୍ପୋରଣ କରିପାରନ୍ତି ବୋଲି ଆଇ.ବି ଦ୍ୱାରା ସତର୍କ କରାଯାଇଛି। ଏଥିସହ ଆତଙ୍କବାଦୀମାନେ, ନାଳ, ଗାତ ଏବଂ ଅନ୍ୟ ମାଧ୍ୟମରେ ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ସଂସ୍ଥା ସତର୍କ ଜାରି କରିଛନ୍ତି। ସେହିପରି ଆକ୍ରମଣ ସମୟରେ ଆତଙ୍କବାଦୀମାନେ ସରକାରୀ ଗାଡି ଏବଂ ପୋଷାକର ବ୍ୟବହାର କରିପାରନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close